କେପ୍ଟାଉନ୍: ଟିମ୍ ଇଣ୍ଡିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲା ଶୁକ୍ରବାର କେପ୍ଟାଉନ୍ର ନ୍ୟୁଲାଣ୍ଡସ୍ ଷ୍ଟାଡିୟମରେ ଖେଳ ଜାରି ରହିଛି। ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରୁଥିବା ଦକ୍ଷିଣ ଆଫ୍ରିକା ୮.୩ ଓଭରରେ ୨ଟି ଓ୍ଵିକେଟ ହରାଇ ୨୩ ରନ୍ ସଂଗ୍ରହ କରିଛି। ଏବି ଡିଭିଲୟର୍ସ(୧୪) ଓ ଫାଫ୍ ଡୁପ୍ଲେସିସ୍(୧) କ୍ରିଜରେ ଅଛନ୍ତି।
୩ୟ ଓ୍ଵିକେଟରେ ଦକ୍ଷିଣ ଆଫ୍ରିକାର ସ୍କୋର ୧୨ ରନ୍ରେ ହାସିମ୍ ଆମଲା(୩) ୧୦ଟି ବଲ ଖେଳି ଭୁବନେଶ୍ୱର କୁମାରଙ୍କ ବଲ ଓ୍ଵିକେଟକିପର ଋଦ୍ଧିମାନ ଶାହାଙ୍କୁ କ୍ୟାଚ୍ ଦେଇଥିଲେ। ତା’ ପୂର୍ବରୁ ଆଇଡେମ୍ ମାର୍କମ ୧୧ଟି ବଲ ଖେଳି ୫ରନ୍ ସଂଗ୍ରହ କରି ପାଭଲିୟନ ଫେରିଥିଲେ। ଭାରତର ପ୍ରଥମ ଶିକାର ହୋଇଥିଲେ ଓପନର ଡିନ୍ ଇଲଗର୍(୦) ସେ ଭୁବନେଶ୍ୱର କୁମାରଙ୍କ ବଲ ଖେଳିବାକୁ ଯାଇ ଋଦ୍ଧିମାନ ଶାହାଙ୍କୁ କ୍ୟାଚ୍ ଦେଇଥିଲେ। କୌଣସି ରନ୍ ସଂଗ୍ରହ ନକରି ଦକ୍ଷିଣ ଆଫ୍ରିକା ପ୍ରଥମ ଓ୍ଵିକେଟ ହରାଇ ଥିବା ବେଳେ ୭ରନ୍ରେ ୨ୟ ଓ୍ଵିକେଟ ଓ ୧୨ ରନ୍ରେ ୩ୟ ଓ୍ଵିକେଟ ହରାଇଛି।
ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ଟସ୍ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ୍ରେ ରବୀନ୍ଦ୍ର ଜେଦେଜା ଓ ଆଜିଙ୍କ୍ୟ ରାହାଣେ ସାମିଲ ହୋଇ ନାହାଁନ୍ତି। ଦିନିକିଆ ଓ ଟି-୨୦ରେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରିତ ବୁମରା ଏହି ଟେଷ୍ଟ କ୍ୟାରିୟର ଆରମ୍ଭ କରୁଛନ୍ତି।
ଫର୍ମରେ ବିରାଟ ବ୍ରିଗେଡ
ଭାରତ ଗତ ୯ଟି ଟେଷ୍ଟ ଶୃଙ୍ଖଳାରେ ବିଜୟୀ ହୋଇ ଅଷ୍ଟ୍ରେଲିଆ ସହିତ ସମକକ୍ଷ ହୋଇ ପାରିଛି। ଭାରତ ୨୦୧୫ ପରେ ଏପର୍ଯ୍ୟନ୍ତ କୌଣସି ଟେଷ୍ଟ ଶୃଙ୍ଖଳାରେ ପରାଜିତ ହୋଇ ନାହିଁ। ଏବେ ଭାରତ ପାଖରେ ନୂଆ ରେକର୍ଡ ସ୍ଥାପନ କରିବା ପାଇଁ ସୁଯୋଗ ଆସିଛି। ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିପାରିଲେ ଭାରତ ନିୟମିତ ଭାବରେ ୧୦ଟି ଟେଷ୍ଟ ଶୃଙ୍ଖଳା ବିଜୟୀ ହେବା ସହିତ ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗି ପାରିବ। ବିରାଟ କୋହଲିଙ୍କ ଉପରେ ଭରସା ଅଛି ଯେ, ସେ ଟିମ୍କୁ ବିଜୟୀ କରିବାକୁ ସବୁପ୍ରକାରର ଉଦ୍ୟମ କରିବେ।