ବିଶ୍ୱକପ :ଟସ ଜିଣି ଶ୍ରୀଲଙ୍କାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ଦକ୍ଷିଣ ଆଫ୍ରିକା

ଚେଷ୍ଟର ଲି ଷ୍ଟ୍ରିଟ : ଚେଷ୍ଟର ଲି-ଷ୍ଟ୍ରିଟ ଠାରେ ଆଜି ବିଶ୍ୱକପ କ୍ରିକେଟ ୨୦୧୯ର ୩୫ ତମ ମ୍ୟାଚ ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି । ଦକ୍ଷିଣ-ଆଫ୍ରିକା ଅଧିନାୟକ ଫାପ ଡ୍ୟୁପ୍ଲେସିସ୍‌ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଜିର ମ୍ୟାଚ ପାଇଁ ଦକ୍ଷିଣ ଆଫ୍ରିକା ଟିମରେ ୨ଟି ପରିବର୍ତ୍ତନ କରାଯାଇଛି । ଏନଗିଡି ଓ ମିଲରଙ୍କ ସ୍ଥାନରେ ପ୍ରେଟୋରିଅସ ଓ ଜେପି ଡ୍ୟୁମିନି ଚୂଡାନ୍ତ ଏକାଦଶରେ ସାମିଲ ହୋଇଛନ୍ତି । ସେହିପରି ଶ୍ରୀଲଙ୍କା ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି । ନ୍ୟୁଆନ ପ୍ରଦୀପଙ୍କ ସ୍ଥାନରେ ସୁରଙ୍ଗ ଲକମଲ ସାମିଲ ହୋଇଛନ୍ତି ।
ଚଳିତ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଟିମ ୭ଟି ମ୍ୟାଚ ଖେଳି ମାତ୍ର ଗୋଟିଏ ମ୍ୟାଚରେ ବିଜୟ ହାସଲ କରି ୩ ପଏଣ୍ଟ ପାଇଛି । ଶ୍ରୀଲଙ୍କା ଦଳ ୬ଟି ମ୍ୟାଚରେ ୨ ବିଜୟ,୨ ପରାଜୟ ଓ ୨ ବାତିଲ ମ୍ୟାଚ ସହ ମୋଟ ୬ ପଏଣ୍ଟ ପାଇଛି ।

ସମ୍ବନ୍ଧିତ ଖବର