ସେଞ୍ଚୁରିଅନ: ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ପ୍ରବେଶ କରିଛି ଦକ୍ଷିଣ ଆଫ୍ରିକା । ପାକିସ୍ତାନକୁ ହରାଇ ଏହି ସଫଳତା ହାସଲ କରିଛି ଏହି ଦଳ । ଫାଇନାଲର ଦ୍ବିତୀୟ ଦଳ ପାଇଁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟର ଫଳାଫଳକୁ ଅପେକ୍ଷା କରିବାକୁ ହେବ ।
ସେଞ୍ଚୁରିଅନଠାରେ ଚାଲିଥିବା ପାକିସ୍ତାନ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ପାକିସ୍ତାନକୁ ୨ ୱିକେଟରେ ପରାସ୍ତ କରିଛି । ପାକିସ୍ତାନ ପ୍ରଥମ ଇନିଂସରେ ୨୧୧ ଓ ଦ୍ୱିତୀୟ ଇନିଂସରେ ୨୩୭ ରନ୍ କରିଥିଲା। ସେହିପରି ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୩୦୧ ଓ ଦ୍ୱିତୀୟ ଇନିଂସରେ ୧୫୦ ରନ୍ କରି ମ୍ୟାଚ୍ ଜିତିନେଇଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ଏଡେନ୍ ମାର୍କରାମ ଓ କୋର୍ବିନ ବୋସ ଭଲ ପ୍ରଦର୍ଶନ କରିଥିଲେ। ପ୍ରଥମ ଇନିଂସରେ ମାର୍କରାମ ୮୯ ରନ କରିଥିବାବେଳେ ବସଚ୍ ୮୧ ରନ କରିଥିଲେ ।
ଆସନ୍ତା କାଲି ଅର୍ଥାତ୍ ୩୦ ଡିସେମ୍ବର ମେଲବୋର୍ଣ୍ଣ ଟେଷ୍ଟର ଅନ୍ତିମ ଦିନ ହୋଇଥିବାବେଳେ ମ୍ୟାଚର ଫଳାଫଳ ବାହାରିବାର ସମ୍ଭାବନା ରହିଛି । ମ୍ୟାଚର ବିଜେତା ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ପ୍ରବେଶ କରିବ ।
ଆସନ୍ତା କାଲି ଅର୍ଥାତ୍ ୩୦ ଡିସେମ୍ବର ମେଲବୋର୍ଣ୍ଣ ଟେଷ୍ଟର ଅନ୍ତିମ ଦିନ ହୋଇଥିବାବେଳେ ମ୍ୟାଚର ଫଳାଫଳ ବାହାରିବାର ସମ୍ଭାବନା ରହିଛି । ମ୍ୟାଚର ବିଜେତା ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ପ୍ରବେଶ କରିବ । ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିବାର ଅଧିକ ସମ୍ଭାବନା ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/12/29/hsLJECSezZmHA4V7OJiQ.jpg)