ମୁମ୍ବାଇ: ଦକ୍ଷିଣ ଆଫ୍ରିକା ପେସାଦାର ଟ୍ବେଣ୍ଟି-୨୦ ଲିଗ୍ର ସମସ୍ତ ୬ଟି ଯାକ ଦଳକୁ ଆଇପିଏଲ୍ର ବିଭିନ୍ନ ଫ୍ରାଞ୍ଚାଇଜ କିଣି ନେଇଛନ୍ତି। ତେବେ ମହେନ୍ଦ୍ର ସିଂହ ଧୋନିଙ୍କୁ ଚେନ୍ନାଇ ସୁପରକିଙ୍ଗ୍ସ କିଣିଥିବା ଦଳର ମାର୍ଗଦର୍ଶକ ହେବାକୁ ଅନୁମତି ଦେବନି ବିସିସିଆଇ। ଚେନ୍ନାଇ ସୁପରକିଙ୍ଗ୍ସ ଏଥିଲାଗି ବିସିସିଆଇକୁ ଅନୁମତି ମାଗିଥିଲା। ହେଲେ ବିସିସିଆଇ ଏହାକୁ ଅଗ୍ରାହ୍ୟ କରିଦେଇଛି। ସେହିଭଳି କୌଣସି ବିଦେଶୀ ଲିଗ୍ରେ ଅଂଶଗ୍ରହଣ କରିବାକୁ ହେଲେ ସଂପୃକ୍ତ ଭାରତୀୟ ଖେଳାଳିଙ୍କୁ ବିସିସିଆଇ ସହ ସମସ୍ତ ସଂପର୍କ ଛିନ୍ନ କରିବାକୁ ପଡ଼ିବ ବୋଲି ସ୍ପଷ୍ଟ କରିଦେଇଛି। ଏପରିକି କୌଣସି ଭାରତୀୟ ଘରୋଇ ଖେଳାଳି ମଧ୍ୟ କୌଣସି ବିଦେଶୀ ଲିଗ୍ରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି କଡ଼ା ଚେତାବନୀ ଦେଇଛି ବିସିସିଆଇ। ଧୋନିଙ୍କ ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ଲିଗ୍ରେ ସିଏସ୍କେ ଦଳର ମାର୍ଗଦର୍ଶକ ହେବାକୁ ହେଲେ ପ୍ରଥମେ ଆଇପିଏଲ୍ରୁ ଅବସର ନେବାକୁ ପଡ଼ିବ ବୋଲି ବିସିସିଆଇର ଜଣେ ବରିଷ୍ଠ କର୍ମକର୍ତ୍ତା କହିଛନ୍ତି। ହେଲେ ବିସିସିଆଇର ଏଭଳି ଆଭିମୁଖ୍ୟକୁ ଅଷ୍ଟ୍ରେଲିଆର ପୂର୍ବତନ ୱିକେଟ୍ ରକ୍ଷକ ତଥା ଲୋକପ୍ରିୟ ପୂର୍ବତନ ଆଇପିଏଲ୍ ଅଧିନାୟକ ଆଦାମ ଗିଲକ୍ରିଷ୍ଟ ସମାଲୋଚନା କରିଛନ୍ତି।
ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ଲିଗ୍: ଧୋନିଙ୍କୁ ଅନୁମତି ଦେବନି ବିସିସିଆଇ
/sambad/media/post_attachments/wp-content/uploads/2022/03/csk-dhoni.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)