ପଶ୍ଚଷ୍ଟ୍ରୁମ୍: ଦକ୍ଷିଣ ଆଫ୍ରିକା ଗସ୍ତରେ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ଦିନିକିଆ ଶୃଙ୍ଖଳାରେ ମୂଳପୋଛ ହୋଇଯାଇଛି। ୩ ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳାକୁ ଦକ୍ଷିଣ ଆଫ୍ରିକା ୩-୦ରେ ଜିତି ନେଇଛି। ଏହି ବିଜୟ ସହିତ ଭାରତ ଗସ୍ତ ପୂର୍ବରୁ ଦକ୍ଷିଣ ଆଫ୍ରିକା ଦଳ ମଧ୍ୟ ବଡ଼ ଆତ୍ମବିଶ୍ବାସ ଅର୍ଜନ କରିଛି। ଶନିବାର ତୃତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକା ୬ ୱିକେଟ୍ରେ ବିଜୟୀ ହୋଇଥିଲା। ମାର୍ନସ୍ ଲବୁସାନ୍ଙ୍କ ପ୍ରଥମ ଦିନିକିଆ ଶତକ (୧୦୮, ୧୦୮ ବଲ୍, ୮ ଚୌକା) ବଳରେ ଅଷ୍ଟ୍ରେଲିଆ ୫୦ ଓଭରରେ ୭ ୱିକେଟ୍ ହରାଇ ୨୫୪ ରନ୍ କରିଥିଲା। ଡେଭିଡ୍ ୱାର୍ନର (୪), ଷ୍ଟିଭେନ୍ ସ୍ମିଥ୍ (୨୦), ଆରୋନ୍ ଫିଞ୍ଚ୍ (୨୨), ଡାଏର୍କି ସର୍ଟ (୩୬), ମିଚେଲ୍ ମାର୍ସ (୩୨), ଝାଏ ରିଚାର୍ଡସନ୍ (୨୪*) ପ୍ରମୁଖ ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ଼ ପାଳି ଖେଳିପାରି ନଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଅନରିଚ୍ ନର୍ଜେ ଓ ଜନ୍ ସ୍ମୁଟ୍ସ ୨ ଲେଖାଏଁ ୱିକେଟ୍ ନେଇଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ପାଇଁ ଜାନେମନ୍ ମଲାନ୍ (୨୩) ଏବଂ ଅଧିନାୟକ କ୍ବିଣ୍ଟନ୍ ଡି’କକ୍ (୨୬) ଭଲ ଆରମ୍ଭ କରିଥିଲେ ମଧ୍ୟ ଉଭୟ ଜୋସ୍ ହାଜେଲ୍ଉଡ୍ଙ୍କ ଶିକାର ହୋଇଥିଲେ। ଏହା ପରେ କିନ୍ତୁ ଜନ୍ ସ୍ମୁଟ୍ସ (୮୪, ୯୮ ବଲ୍, ୧୪ ଚୌକା), କାଇଲ୍ ଭେରିନ୍ (୫୦, ୫୦ ବଲ୍, ୩ ଚୌକା, ୩ ଛକା) ଏବଂ ହେନରିକ୍ କ୍ଲସେଁ (୬୮*, ୬୩ ବଲ୍, ୧୦ ଚୌକା, ୧ ଛକା)ଙ୍କ ଅର୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା ୪୫.୩ ଓଭରରେ ୪ ୱିକେଟ୍ ହରାଇ ୨୫୮ ରନ୍ ସଂଗ୍ରହ କରି ନେଇଥିଲା। ସ୍ମୁଟ୍ସ ମ୍ୟାଚ୍ର ଏବଂ କ୍ଲାସେଁ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଡି’କକ୍ଙ୍କ ନେତୃତ୍ବରେ ମଧ୍ୟ ଦକ୍ଷିଣ ଆଫ୍ରିକା ପ୍ରଥମ ସଫଳତା ପାଇଥିଲା।
ଦକ୍ଷିଣ ଆଫ୍ରିକାରେ ଅଷ୍ଟ୍ରେଲିଆ ମୂଳପୋଛ, ମାର୍ନସ୍ ଲବୁସାନ୍ଙ୍କ ପ୍ରଥମ ଶତକ
/sambad/media/post_attachments/wp-content/uploads/2020/03/dgj98dg7j98dg7j98dg7j9dgjdgjdgjgjdgjddgjdgjdgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)