ସେଞ୍ଚୁରିଅନ୍: ଶ୍ରୀଲଙ୍କା ବିପକ୍ଷ ୫ ଟିକିଆ ଦିନିକିଆ ଶୃଙ୍ଖଳାର ବୁଧବାର ଦ୍ବିତୀୟ ମ୍ୟାଚ୍କୁ ଘରୋଇ ଦକ୍ଷିଣ ଆଫ୍ରିକା ୧୧୩ ରନ୍ରେ ଜିତିନେଇଛି। ଫଳରେ ପ୍ରଥମ ମ୍ୟାଚ୍କୁ ୮ ୱିକେଟ୍ରେ ଜିତିଥିବା ଦକ୍ଷିଣ ଆଫ୍ରିକା ୨-୦ରେ ଆଗୁଆ ହୋଇଯାଇଛି। ସେଞ୍ଚୁରିଅନ୍ସ୍ଥିତ ସୁପର ସ୍ପୋର୍ଟସ ପାର୍କରେ ଖେଳାଯାଇଥିବା ବୁଧବାର ମ୍ୟାଚ୍ରେ ଟସ୍ ହାରି ବ୍ୟାଟିଂ ପାଇଥିବା ଘରୋଇ ଦକ୍ଷିଣ ଆଫ୍ରିକା ୪୫.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୨୫୧ ରନ୍ କରିଥିଲା। ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ କ୍ବିଣ୍ଟନ୍ ଡି’କକ୍ (୯୪, ୭୦ ବଲ୍, ୧୭ ଚୌକା, ୧ ଛକା) ଶତକଠୁ ମାତ୍ର ୬ ରନ୍ ଦୂରରେ ଅଟକି ଯାଇଥିଲେ। ଅଧିନାୟକ ଫାଫ୍ ଡୁ’ପ୍ଲେସିସ୍ (୫୭, ୬୬ ବଲ୍, ୭ ଚୌକା) ଅର୍ଧଶତକ ହାସଲ କରିଥିଲା ବେଳେ ରିଜା ହେଣ୍ଡ୍ରିକ୍ସ (୩୯), ଡେଭିଡ ମିଲର (୨୫) ଏବଂ ୱିଆନ୍ ମୁଲଦର (୧୭) କେବଳ ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇଥିଲା। ସଫଳ ବୋଲର ଭାବେ ପେରେରା ୩ ଏବଂ ଲସିତ ମାଲିଙ୍ଗା ଓ ଧନଞ୍ଜୟ ଡି’ସିଲ୍ଭା ୨ ଲେଖାଏଁ ୱିକେଟ୍ ପାଇଥିଲେ। ଜବାବରେ ଶ୍ରୀଲଙ୍କା ୩୨.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୧୩୮ ରନ୍ କରିପାରିଥିଲା। ଓସାଦା ଫର୍ନାଣ୍ତୋ ସର୍ବାଧିକ ୩୦ ରନ୍ କରିଥିଲେ। କାଗିସୋ ରବାଦା ୩ ଏବଂ ଲୁଙ୍ଗି ଏନ୍ଗିଡି, ଆନ୍ରିଚ୍ ନର୍ଜେ ଓ ଇମ୍ରାନ ତାହିର ୨ ଲେଖାଏଁ ୱିକେଟ୍ ପାଇଥିଲେ। ଡି’କକ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଦ୍ବିତୀୟ ଦିନିକିଆ ଜିତିଲା ଦକ୍ଷିଣ ଆଫ୍ରିକା
/sambad/media/post_attachments/wp-content/uploads/2019/03/Untitled-10-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)