ଟି-୨୦ ବିଶ୍ବକପ୍ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଦକ୍ଷିଣ ଆଫ୍ରିକା, ଦଳକୁ ଫେରିଲେ କ୍ବିଣ୍ଟନ ଡି’କକ୍

ନୂଆଦିଲ୍ଲୀ : ଟି-୨୦ ବିଶ୍ବକପ ଗ୍ରୁପ-୧ର ଏକ ମ୍ୟାଚ ଆଜି ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ।

ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ କ୍ବିଣ୍ଟନ ଡି’କକ୍ ଦଳକୁ ଫେରିଛନ୍ତି । ସେ ଟିମକୁ ଫେରିବା ଦ୍ବାରା ଦକ୍ଷିଣ ଆଫ୍ରିକା ଦଳର ବ୍ୟାଟିଂ ଆହୁରି ଶକ୍ତିଶାଳୀ ହୋଇଛି । ବ୍ଲାକ ଲାଇଭ୍ସ ମ୍ୟାଟର୍ସ (ବିଏଲଏମ) ପ୍ରସଙ୍ଗରେ ବିବାଦୀୟ ଭାବେ ପୂର୍ବ ୨ଟି ମ୍ୟାଚରୁ ସେ ବାଦ ପଡ଼ିଥିଲେ । ପରେ ସେ କ୍ଷମା ମାଗିବା ପରେ ଦଳକୁ ଫେରିଛନ୍ତି । ଦକ୍ଷିଣ ଆଫ୍ରିକା ଏପର୍ଯ୍ୟନ୍ତ ୨ଟି ମ୍ୟାଚ ଖେଳି ଗୋଟିଏ ମ୍ୟାଚରେ ବିଜୟ ଓ ଗୋଟିଏ ମ୍ୟାଚରେ ପରାଜୟ ହାସଲ କରିଛି । ଫଳରେ ଦଳ ୨ ପଏଣ୍ଟ ପାଇ ଗ୍ରୁପ-୧ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ରହିଛି ।

ଅନ୍ୟପକ୍ଷରେ ଶ୍ରୀଲଙ୍କା ମଧ୍ୟ ଏପର୍ଯ୍ୟନ୍ତ ୨ଟି ମ୍ୟାଚ ଖେଳି ଗୋଟିଏ ମ୍ୟାଚରେ ବିଜୟ ହାସଲ କରିଛି ଓ ଅନ୍ୟଟିରେ ପରାଜୟ ବରଣ କରିଛି । ଶ୍ରୀଲଙ୍କା ୨ ପଏଣ୍ଟ ପାଇ ଗ୍ରୁପ-୧ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି । ଆଜି ମ୍ୟାଚ ପାଇଁ ଶ୍ରୀଲଙ୍କା ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଗତକାଲି ଖେଳାଯାଇଥିବା ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ୍ ଦଳ ବାଂଲାଦେଶକୁ ଓ ପାକିସ୍ତାନ ଦଳ ଆଫଗାନିସ୍ତାନକୁ ପରାସ୍ତ କରିଥିଲା ।

ସମ୍ବନ୍ଧିତ ଖବର