ମହିଳା କ୍ରିକେଟ୍‌ରେ ବି ହାରିଲା ଦକ୍ଷିଣ ଆଫ୍ରିକା:ଭାରତ ୮୮ ରନ୍‌ରେ ବିଜୟୀ

କିମ୍ବର୍‌ଲି: ପୁରୁଷଙ୍କ ଭଳି ମହିଳା କ୍ରିକେଟ୍‌ରେ ମଧ୍ୟ ଦକ୍ଷିଣ ଆଫ୍ରିକାକୁ ଭାରତ ଘାଇଲା କରିଛି। ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ୍‌ ଦଳ ସୋମବାର ଘରୋଇ ଦକ୍ଷିଣ ଆଫ୍ରିକାୁ ୮୮ ରନ୍‌ରେ ହରାଇ ଅଭିଯାନ ଆରମ୍ଭ କରିଛି। ଏଥିସହିତ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇ ଯାଇଛି। ଭାରତର ଏହି ଏକତରଫା ବିଜୟରେ ସ୍ମୃତି ମନ୍ଧାନା (୮୪), ଝୁଲଣ ଗୋସ୍ୱାମୀ (୪/୨୪) ଏବଂ ଶିଖା ପାଣ୍ଡେ (୩/୨୩) ପ୍ରମୁଖ ଭୂମିକା ତୁଲାଇଛନ୍ତି। ସ୍ମୃତି ୧୬ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ହେଲେ ଭାରତ ବିଜୟକୁ ସୁନିଶ୍ଚିତ କରି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ତାଙ୍କ ୮୪ ରନ୍‌ର ପାଳି ବଳରେ ଭାରତ ନିର୍ଧାରିତ ୫୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ୨୧୩ ରନ୍‌ କରିଥିଲା। ଏହା ପରେ ଝୁଲଣ ଏବଂ ପାଣ୍ଡେ ନିଜ ନିଜ ଭିତରେ ୭ ଓ୍ଵିକେଟ୍‌ ବାଣ୍ଟିନେଇ ଦକ୍ଷିଣ ଆଫ୍ରିକାକୁ ମାତ୍ର ୧୨୫ ରନ୍‌ରେ ଅଲଆଉଟ୍‌ କରି ଦେଇଥିଲେ। ପୁନମ ପାଣ୍ଡେଙ୍କୁ ମଧ୍ୟ ୨ ଓ୍ଵିକେଟ୍‌ ମିଳିଥିଲା।

ସମ୍ବନ୍ଧିତ ଖବର