ଦୀପକ ଚାହରଙ୍କ ଲଢୁଆ ବ୍ୟାଟିଂ ଦେଇପାରିଲାନି ବିଜୟ, ଦକ୍ଷିଣ ଆଫ୍ରିକାଠାରୁ ୩-୦ରେ ଦିନିକିଆ ଶୃଙ୍ଖଳା ହାରିଲା ଭାରତ

କେପଟାଉନ: ଯୁବ ବ୍ୟାଟ୍‌ସମ୍ୟାନ୍‌ ଦୀପକ ଚାହରଙ୍କ ଉଦ୍ୟମ ଭାରତକୁ ବିଜୟ ଦେଇ ପାରି ନାହିଁ। ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ କେପ୍‌ଟାଉନ୍‌ର ନିଉଲ୍ୟାଣ୍ଡସ୍‌ ଷ୍ଟାଡିୟମ୍‌ରେ ରବିବାର ଖେଳାଯାଇଥିବା ୩ୟ ତଥା ‌‌ଶେଷ ଦିନିକିଆରେ ଭାରତ ୪ ରନ୍‌ରେ ପରାସ୍ତ ହୋଇଛି। ଏଥି ସହିତ ଦକ୍ଷିଣ ଆଫ୍ରିକା ଦିନିକିଆ ଶୃଙ୍ଖଳାକୁ ୩-୦ରେ ବିଜୟୀ ହୋଇଛି।

ଦକ୍ଷିଣ ଆଫ୍ରିକା ବିରୋଧରେ ୨୮୮ ରନର ପିଛା କରି ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। ଟିମ୍‌ ଇଣ୍ଡିଆ ମାତ୍ର ୧୮ ରନରେ ଅଧିନାୟକ ଲୋକେଶ ରାହୁଲ (୯ରନ୍‌)ଙ୍କ ଓ୍ଵିକେଟ ହରାଇଥିଲା। ଦ୍ଵିତୀୟ ଓ୍ଵିକେଟରେ ବିରାଟ କୋହଲି ଓ ଶିଖର ଧାଓ୍ଵନ ୯୮ ରନର ପାର୍ଟନରସିପ୍ କରିଥିଲେ । ତେବେ ଶିଖର ଧାଓ୍ଵନ ଦଳୀୟ ସ୍କୋର ୧୧୬ ରନରେ ଆଉଟ ହୋଇ ଯାଇଥିଲେ । ଶିଖର ଧାଓ୍ଵନ ୭୩ ବଲରେ ୬୧ ରନ୍ କରିଥିଲେ । ଏହାପରେ ଋଷଭ ପନ୍ତ ବ୍ୟାଟିଂ କରିବାକୁ ଆସି ୦ ରନରେ ଆଉଟ୍ ହୋଇଥିଲେ ।

Photo: BCCI Twitter

ବିରାଟ କୋହଲି ୮୪ଟି ବଲ୍ ଖେଳି ଦଳୀୟ ସ୍କୋର ୧୫୬ରେ ବ୍ୟକ୍ତିଗତ ୬୫ ରନରେ ଆଉଟ୍ ହୋଇଥିଲେ । ଏହାପରେ ଶ୍ରେୟସ୍ ଆୟାର୍ ୨୬ ଓ ସୂର୍ଯ୍ୟକୁମାର ଯାଦବ ୩୯ ରନ କରି ଆଉଟ୍ ହୋଇଥିଲେ । ଭାରରର ଦୃତ ବୋଲର୍ ଦୀପକ ଚାହର ଚମତ୍କାର ବ୍ୟାଟିଂ କରି ୩୪ଟି ବଲ୍ ଖେଳି ୫ଟି ଚୌକା ଓ ୨ଟି ଛକା ସହ ୫୪ ରନ୍ କରିଥିଲେ । ସେ ଭାରତର ସ୍କୋର ୨୭୮ ରନରେ ଅଷ୍ଟମ ଖେଳାଳି ଭାବେ ଆଉଟ ହୋଇ ଯାଇଥିଲେ । ଏହା ପରେ ୫ ରନ୍ ମଧ୍ୟରେ ଭାରତର ଅନ୍ୟ ଦୁଇ ବ୍ୟାଟର୍ ଆଉଟ୍ ହୋଇ ଯାଇଥିଲେ । ତେଣୁ ଭାରତ ୨୮୩ ରନରେ ଅଲଆଉଟ୍ ହୋଇ ୪ ରନରେ ତୃତୀୟ ଦିନିକିଆକୁ ହାରି ଯାଇଥିଲା । ଦକ୍ଷିଣ ଆଫ୍ରିକା ତରଫରୁ ଲୁଙ୍ଗି ଏଲଗିଡି ଓ ଆଣ୍ଡିଲେ ଫେଲୁକ୍ଵାଓ ୩ଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ ।

ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୪୯.୫ ଓଭରରେ ୨୮୭ ରନ୍ କରି ଅଲଆଉଟ୍ ହୋଇଛି । ଭାରତ ଟସ୍ ଜିତି ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ।

ସମ୍ବନ୍ଧିତ ଖବର