୩ୟ ଟି-୨୦: ଭାରତକୁ ୪୯ ରନ୍‌ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରଠାରେ ଖେଳାଯାଇଥିବା ୩ୟ ଟି-୨୦ରେ ଭାରତକୁ ଦକ୍ଷିଣ ଆଫ୍ରିକା ୪୯ ରନ୍‌ରେ ପରାସ୍ତ କରିଛି। ହୋଲକର ଷ୍ଟାଡିୟମରେ ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଭ୍ରମଣକାରୀ ଦଳ ରିଲି ରୁଷୋଙ୍କ ବିସ୍ଫୋରକ ଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ ହରାଇ ୨୨୭  ରନ କରିଥିଲା । ଫଳରେ ଭାରତ ଭାରତ ଆଗରେ ୨୨୮ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଥିଲା। ତେବେ ୩ୟ ତଥା ଶେଷ ମୁକାବିଲାରେ ଭାରତ ହାରିଛି। କିନ୍ତୁ ଭାରତ ପୂର୍ବରୁ ଏହି ଶୃଙ୍ଖଳା ଜିତି ସାରିଛି। ପ୍ରଥମ ମ୍ୟାଚରେ ତିରୁଅନନ୍ତପୁରମ ଓ ଦ୍ବିତୀୟ ମ୍ୟାଚ ଗୁଆହାଟୀରେ ଦକ୍ଷିଣ ଆଫ୍ରିକାକୁ ଭାରତ ପରାସ୍ତ କରିଥିଲା।

ଟିମ୍‌ ଇଣ୍ଡିଆ ପାଇଁ ଦିନଶେ କାର୍ତ୍ତିକ ବ୍ୟକ୍ତିଗତ ଭାବେ ସର୍ବାଧିକ ୪୬ ରନ୍‌ ସଂଗ୍ରହ କରିଥିଲେ। ସେ ୨୧ଟି ବଲ୍‌ ଖେଳି ୪ଟି ଚୌକା ଓ ସମାନ ପରିମାଣର ଛକା ମାରିଥିଲେ। ଦୀପକ ଚାହରଙ୍କ ବ୍ୟାଟରୁ ୩୧ ରନ୍‌ ମିଳିଥିଲା ବେଳେ ଋଷଭ ପନ୍ତ ଓ ଉମେଶ ଯାଦବଙ୍କ ବ୍ୟାଟରୁ ଯଥାକ୍ରମେ ୨୭ ଓ ୨୦ ରନ୍‌ ମିଳିଥିଲା। ସେହିପରି ହର୍ଷଲ ପଟେଲ ୧୭ ରନ୍‌ ସଂଗ୍ରହ କରିଥିଲା ବେଳେ ଅନ୍ୟମାନଙ୍କ ପ୍ରଦର୍ଶନ ନୈରାଶ୍ୟଜନ ଥିଲା।

ଦକ୍ଷିଣ ଆଫ୍ରିକା ଦଳ ଆରମ୍ଭରୁ ଅଧିନାୟକ ଟେମ୍ବା ବାଭୁମାଙ୍କ ଓ୍ବିକେଟ ହରାଇଥିଲା । ମାତ୍ର କ୍ବିଣ୍ଟନ ଡି’କକ୍ ଓ ରିଲି ରୁଷୋ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ଡି’କକ୍ ୬୮ ରନ କରି ରନ ଆଉଟ ହୋଇଥିଲେ । ମାତ୍ର ରୁଷ ନିଜର ବିସ୍ଫୋରକ ବ୍ୟାଟିଂ ଜାରି ରଖି ମାତ୍ର ୪୮ ବଲରେ ନିଜର ଶତକ ପୂରଣ କରିଥିଲେ । ଟ୍ରିଷ୍ଟାନ ଷ୍ଟବସ୍ ୨୩ ରନ କରିଥିଲେ । ଭାରତ ପକ୍ଷରୁ କୌଣସି ବୋଲର ଦକ୍ଷିଣ ଆଫ୍ରିକା ବ୍ୟାଟରଙ୍କ ଉପରେ ପ୍ରଭାବ ପକାଇପାରିନଥିଲେ । ତେବେ ଦୀପକ ଚହର ଓ ଉମେଶ ଯାଦବ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର