୪ ଶତକ ସହ ଦକ୍ଷିଣ ଆଫ୍ରିକା ଦୃଢ଼

ବ୍ଲୋଏମ୍ଫଟେନ୍‌: ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍‍ରେ ଚାରି ଚାରିଟା ଶତକ ସହିତ ଦକ୍ଷିଣ ଆଫ୍ରିକା ୫୭୩/୪ର ବିଶାଳ ସ୍କୋର୍‌ ଛିଡ଼ା କରିବା ପରେ ପ୍ରଥମ ପାଳି ଘୋଷଣା କରିଛି। ଜବାବରେ ଭ୍ରମଣକାରୀ ବାଂଲାଦେଶ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୪୨.୫ ଓଭରରେ ମାତ୍ର ୧୪୭ ରନ୍‌ରେ ପ୍ରଥମ ପାଳି ଶେଷ କରିଥିଲା। ଫଳରେ ୪୨୬ ରନ୍‌ର ପଛୁଆ ରହି ବାଂଲାଦେଶ ଫଲୋଅନ୍‌ ଖେଳିଥିଲା। ବାଂଲାଦେଶ ଦ୍ୱିତୀୟ ପାଳିରେ ୧.୨ ଓଭରରେ ୭ ରନ୍‌ କରିଥିଲା ବେଳେ ଦ୍ୱିତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ହୋଇଛି। ବାଂଲାଦେଶ ପ୍ରଥମ ପାଳିରେ ଘରୋଇ ଦଳର ଦୁଇ ଦ୍ରୁତ ବୋଲର କାଗିସୋ ରବାଡା ୫ ଓ ଡୁଆନ୍‌ ଓଲିଭର୍‌ ୩ ଓ୍ଵିକେଟ୍‌ ନେଇଥିଲେ।
ପ୍ରଥମ ଦିବସରେ ଡିନ୍‌ ଏଲଗାର (୧୧୩) ଏବଂ ମର୍କରାମ (୧୪୩) ଶତକ ହାସଲ କରିଥିବା ବେଳେ ଶନିବାର ହାସିମ୍‌ ଆମଲା (୧୩୨) ଏବଂ ଫାପ୍‌ ଡୁ ପ୍ଲେସିସ୍‌ (୧୩୫*) ଏହି କୃତିତ୍ୱ ଅର୍ଜନ କରିଥିଲେ। ବାଂଲାଦେଶ ପକ୍ଷରୁ ଶୁଭାଶିଷ ରୟ (୩/୧୧୮) ସଫଳ ବୋଲର ଥିଲେ। ଦକ୍ଷିଣ ଆଫ୍ରିକା ୧୨୦ ଓଭରରେ ୪ ଓ୍ଵିକେଟ ବିନିମୟରେ ୫୭୩ ରନ୍‌ କରି ପାଳି ଘୋଷଣା କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକାର ଦୁଇ ଦ୍ରୁତ ବୋଲର କାଗିସୋ ରାବାଦା ଏବଂ ଡୁଆନ୍‌ ଓଲିଭର୍‌ଙ୍କୁ ମୁକାବିଲା କରି ନପାରି ବାଂଲାଦେଶ ଫଲୋଅନ୍‌ ମୁହାଁ ହୋଇଥିଲା। ଓ୍ଵିକେଟରକ୍ଷକ ବ୍ୟାଟସମ୍ୟାନ୍‌ ଲିଟନ୍‌ ଦାସ (୭୦) ଏକମାତ୍ର ଅର୍ଧଶତକ ହାସଲ କରିଥିଲେ।

ସମ୍ବନ୍ଧିତ ଖବର