ଜଣେ ମହିଳା ୪୦୬୪ ପୁରୁଷ କ୍ରିକେଟରଙ୍କୁ ପଛରେ ପକାଇ ସ୍ଥାପନା କଲେ ‘ମହାରେକର୍ଡ’

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତରେ ୨-୧ରେ ଦିନିକିଆ ଶଙ୍ଖଳା ବିଜୟୀ ହେବାପରେ ଭାରତୀୟ ମହିଳା ଟିମ ଟି-୨୦ରେ ମଧ୍ୟ ମଙ୍ଗଳବାର ବିଜୟ ଅଭିଯାନ ଆରମ୍ଭ କରିଛି। ୫ଟି ଟି-୨୦ ମ୍ୟାଚ୍‌ ଶୃଙ୍ଖଳା ପୂର୍ବରୁ ମଙ୍ଗଳବାର ଟିମ୍‌ ଇଣ୍ଡିଆ ଅୟୋଜକ ଦଳକୁ ୭ଓ୍ଵିକେଟରେ ପରାସ୍ତ କରିଛି। ଭାରତର ଏହି ବିଜୟରେ ମିତାଲି ରାଜ(୫୪ରନ୍‌) ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ରହିଛନ୍ତି କିନ୍ତୁ ଏହି ମ୍ୟାଚ୍‌ରେ ଅସଲି ହିଟର ଖେଳାଳି ହେଉଛନ୍ତି କ୍ଲୋଇ ଟ୍ରିଓନ୍‌, ଯାହାଙ୍କ ଆଗରେ ୪୦୬୪ କ୍ରିକେଟର ଫେଲ୍‌ ହୋଇ ଯାଇଛନ୍ତି।

ପୋଟଚେଫଷ୍ଟରେ ଭାରତ ଆୟୋଜିକ ଟିମକୁ ଅତି ସହଜରେ ପରାସ୍ତ କରିଛି। କିନ୍ତୁ ଏହି ମ୍ୟାଚ୍‌ରେ ୨୪ ବର୍ଷୀୟ ଅଲ୍‌ରାଉଣ୍ଡର କ୍ଲୋଇ ଟ୍ରିଓନ୍‌ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ଆଫ୍ରିକାର ଇନିଂସରେ ଟ୍ରିଓନ ୭ଟି ବଲ ଖେଳି ୩୨ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ସେ ୪ଟି ଛକା ଓ ୨ଟି ଚୌକା ଯୋଡ଼ିଥିଲେ।

ପ୍ରସିଦ୍ଧ ଷ୍ଟେଟିସଟିସିଆନ୍‌ ମେହନଦାସ ମେନନଙ୍କ ଅନୁସାରେ ୨୦୧୮ ଫେବ୍ରୁଆରି ୧୪ ପର୍ଯ୍ୟନ୍ତ ୪୦୬୪ ପୁରୁଷ ଅନ୍ତର୍ଜାତୀୟ କ୍ରିକେଟ ଖେଳିଛନ୍ତି। ଏହି ଆଧାରରେ ପ୍ରମାଣିତ ହୋଇଛି ଯେ, ଷ୍ଟ୍ରାଇକ ରେଟ ମାମଲାରେ କ୍ଲୋଇ ଟ୍ରିଓନଙ୍କ ବ୍ୟାଟିଂ ବିଶ୍ୱ କ୍ରିକେଟର ସବୁଠାରୁ ବଡ଼ ପାଳି।

ଅନ୍ତର୍ଜାତୀୟ କ୍ରିକେଟରେ କ୍ଲୋଇ ଟ୍ରିଓନଙ୍କ ଭଳି ଅନ୍ୟ ଖେଳାଳିମାନେ ଖେଳି ପାରି ନାହାଁନ୍ତି। ମାତ୍ର ୬ ମିନିଟରେ ଟ୍ରିଓନଙ୍କ ଷ୍ଟ୍ରାଇକ ରେଟ ୪୫୭.୧୪ ରହିଛି। ୨୫ରୁ ଅଧିକ ରନର ବିଷୟରେ ଯଦି କହିବା, ଟ୍ରିଓନଙ୍କ ଏହି ଷ୍ଟ୍ରାଇକ୍‌ ରେଟ୍‌ ଇଣ୍ଟରନ୍ୟାସନାଲ କ୍ରିକେଟରେ ପ୍ରଥମ ଥର ଦେଖାଯାଇଛି।

ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଷ୍ଟ୍ରାଇକ୍‌ ରେଟ୍‌ କଥା ଯଦି ଆଲୋଚନା କରିବା, କ୍ଲୋଇ ଟ୍ରିଓନ ପୁରୁଷଙ୍କ ଠାରୁ ମଧ୍ୟ ବଳି ପଡ଼ିଛନ୍ତି। େଓ୍ଵଷ୍ଟଇଣ୍ଡିଜ୍‌ର ଡେ୍ଵନ୍‌ ସ୍ମିଥ ୨୦୦୭ରେ ବାଂଲାଦେଶ ବିପକ୍ଷରେ ଟି-୨୦ ମୁକାବିଲାରେ ୭ଟି ବଲ ଖେଳି ୨୯ ରନ୍‌ ସଂଗ୍ରହ କରିଥିଲେ। ସେତେବେଳେ ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌ ୪୧୪.୨୮ ଥିଲା। ସେତେବେଳେ ସେ ୪ଟି ଛକା ଓ ଗୋଟିଏ ଚୌକା ମାରିିଥିଲେ।

ସମ୍ବନ୍ଧିତ ଖବର