କଟକ: ଜବାହରଲାଲ ନେହରୁ ଇନା୍‌ଡୋର ଷ୍ଟାଡିୟମରେ ୧୮ ବର୍ଷରୁ କମ୍‌ ଦକ୍ଷିଣ ଏସିଆ ବାସ୍କେଟବଲ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରଥମ ଦିନରେ ବା˚ଲାଦେଶ ୬୪-୩୭ରେ ମାଳଦ୍ବୀପକୁ ପରାସ୍ତ କରିଛି। ବା˚ଲାଦେଶ ଆରମ୍ଭରୁ ପ୍ରଭାବ ବିସ୍ତାର କରିଥିଲା। ପ୍ରଥମାର୍ଦ୍ଧ ସୁଦ୍ଧା ୩୦-୧୬ରେ ଅଗ୍ରଣୀ ଥିବାବେଳେ ତୃତୀୟ ଭାଗ ବେଳକୁ ୪୫-୨୪ ସ୍କୋର କରିସାରିଥିଲା। ଏହି ବ୍ୟବଧାନ ଶେଷ ପର୍ଯ୍ୟନ୍ତ ବଜାୟ ରହିବା ସହ ବା˚ଲାଦେଶ ମ୍ୟାଚ୍‌ରେ ବିଜୟୀ ହୋଇଥିଲା। ବିଜୟୀ ଦଳର ମହମ୍ମଦ ମାଣିକ ହାସନ ୨୩, ଇମାଦୁଲ ହକ୍‌ ୧୯, ନୁର ସରିଆର ୧୦ ପଏଣ୍ଟ ହାସଲ କରିଥିଲା ବେଳେ ପ୍ରତିପକ୍ଷର ଅହମ୍ମଦ ସିଫାନ ୧୪ ପଏଣ୍ଟ ସ˚ଗ୍ରହ କରପାରିଥିଲେ।

Advertisment

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ପଦ୍ମଶ୍ରୀ ଦିଲ୍ଲୀପ ତିର୍କି, ଓଡ଼ିଶା ଅଲିମ୍ପିକ ସ˚ଘ ସମ୍ପାଦକ ଅଭିଜିତ ପାଲ, ଓଡ଼ିଶା ବାସ୍କେଟବଲ ସ˚ଘ ସଭାପତି ଜ୍ଞାନର˚ଜନ ପରିଡ଼ା, ସମ୍ପାଦକ ଅଶୋକ ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରଶ୍ମିର˚ଜନ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଶୁକ୍ରବାର ଭାରତ ଓ ମାଳଦ୍ବୀପ ମଧ୍ୟରେ ଦ୍ବିତୀୟ ମ୍ୟାଚ ଖେଳାଯିବ।