କଟକ: ଭାରତ ୧୮ ବର୍ଷରୁ କମ୍‌ ଦକ୍ଷିଣ ଏସିଆ ଯୋଗ୍ୟତା ପର୍ଯ୍ୟାୟ ବାସ୍କେଟବଲ ପ୍ରତିଯୋଗିତାର ବିଜେତା ହୋଇଛି। ଲଗାତର ଦ୍ବିତୀୟ ମ୍ୟାଚ୍‌ ଜିତି ୩ ଦଳଙ୍କ ମଧ୍ୟରେ ଭାରତ ଶୀର୍ଷରେ ରହିଥିଲା। ଫଳରେ ଇରାନର ତେହେରାନ୍‌ରେ ଅଗଷ୍ଟ ୨୧ରେ ଖେଳାଯିବାକୁ ଥିବା ଚୂଡ଼ାନ୍ତ ପର୍ଯ୍ୟାୟକୁ ଭାରତ ଯୋଗ୍ୟ ବିବେଚିତ ହୋଇଛି। ଦ୍ବିତୀୟ ମ୍ୟାଚ୍‌ରେ ଭାରତ ୧୧୭-୪୭ରେ ବା˚ଲାଦେଶକୁ ପରାସ୍ତ କରିଥିଲା। ମ୍ୟାଚ୍‌ ଆରମ୍ଭରୁ ଭାରତୀୟ ଦଳ ବା˚ଲାଦେଶ ଉପରେ ପ୍ରଭାବୀ ସାବ୍ୟସ୍ତ ହୋଇଥିଲା। ମାଳଦ୍ବୀପକୁ ପରାସ୍ତ କରିବା ପରଠୁ ଭାରତୀୟ ଖେଳାଳିଙ୍କ ଭିତରେ ପଏଣ୍ଟ ହାସଲ କରିବାର ବ୍ୟଗ୍ରତା ଏହି ମ୍ୟାଚ୍‌ରେ ଦେଖାଯାଇଥିଲା। ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୫୮-୨୧ରେ ଅଗ୍ରଣୀ ଥିଲାବେଳେ ଶେଷ ପର୍ଯ୍ୟନ୍ତ ଏହି ବ୍ୟବଧାନ ବଜାୟ ରଖିଥିଲା। ଭାରତ ପାଇଁ ଲୋକେନ୍ଦ୍ର ସି˚ହ ୧୬, କୁଶାଲ ସି˚ହ ୨୦, ଜୟଦୀପ ରାଥୋର ୧୨, ହର୍ଷ ଡଗର ୧୧, ଜନ୍ମେଜୟ ସି˚ହ ୯ ପଏଣ୍ଟ ସ˚ଗ୍ରହ କରିଥିଲା ବେଳେ ବା˚ଲାଦେଶର ଏନ୍ଦାଦୁଲ ହକ୍‌ ୧୭ ଓ ମାଣିକ ହାସନ ୧୧ ପଏଣ୍ଟ କରିପାରିଥିଲେ। ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ସିଏମ୍‌ସି ମେୟର ସୁବାସ ସି˚ହ, ଡେପୁଟି ମେୟର ଦମୟନ୍ତୀ ମାଝୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରଶ୍ମୀର˚ଜନ ସାମନ୍ତରାୟ, ଓଡ଼ିଶା ବାସ୍କେଟବଲ ସ˚ଘ ସଭାପତି ଜ୍ଞାନର˚ଜନ ପରିଡ଼ା, ସମ୍ପାଦକ ଅଶୋକ ସାହୁ ପ୍ରମୁକ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।