କଟକ : ଜବାହରଲାଲ ନେହରୁ ଇନ୍ଡୋର ଷ୍ଟାଡିୟମରେ ଚାଲିଥିବା ୧୮ ବର୍ଷରୁ କମ୍ ଦକ୍ଷିଣ ଏସିଆ ଯୋଗ୍ୟତା ପର୍ଯ୍ୟାୟ ବାସ୍କେଟବଲ ପ୍ରତିଯୋଗିତାରେ ମାଳଦ୍ବୀପ ବିପକ୍ଷରେ ଘରୋଇ ଭାରତ ବୃହତ୍ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଭାରତ ୧୫୪-୩୨ରେ ବିଜୟୀ ହୋଇ ମାଳଦ୍ବୀପକୁ ପ୍ରତିଯୋଗିତାରୁ ବାହାର କରିଛି। ଶନିବାର ଭାରତ ଓ ବା˚ଲାଦେଶ ମଧ୍ୟରେ ନିର୍ଣ୍ଣାୟକ ଲଢେଇ ହେବ।
ପ୍ରଥମ କ୍ବାର୍ଟରରେ ୩୩-୦ରେ ଭାରତ ଆଗୁଆ ରହିଥିଲା ବେଳେ ଦ୍ବିତୀୟ କ୍ବାର୍ଟର ବେଳକୁ ୭୨-୧୦ରେ ବୃହତ୍ ଅଗ୍ରଣୀ ପାଇଥିଲା। ତୃତୀୟ କ୍ବାର୍ଟରରେ ମାଳଦ୍ବୀପ ମାତ୍ର ୫ପଏଣ୍ଟ ସ˚ଗ୍ରହ କରିପାରିଥିଲା ବେଳେ ଭାରତ ୪୪ ପଏଣ୍ଟ ପାଇଥିଲା। ଶେଷ କ୍ବାର୍ଟରରେ ମାଳଦ୍ବୀପ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରି ୧୭ ପଏଣ୍ଟ ସ˚ଗ୍ରହ କରିଥିଲେ ବି ଭାରତ ବହୁ ଦୂରକୁ ଚାଲିଯାଇଥିଲା। ବିଜୟୀ ଦଳ ପାଇଁ ଲୋକେନ୍ଦ୍ର ସି˚ହ ୨୨, କୁଶାଲ ସି˚ହ ୨୪, ଜୟଦୀପ ରାଥୋର ୨୮, ହର୍ଷ ଡଗର ୧୨, ଲାଭିସ ୧୧, ଉଦିତ ରବିସ ୧୨, ଶ୍ରେୟା˚ଶୁ ସି˚ହ ୧୭, ଜନ୍ମେଜୟ ସି˚ହ ୧୦ ପଏଣ୍ଟ ସ˚ଗ୍ରହ କରିଥିଲା ବେଳେ ମାଳଦ୍ବୀପର ଅହମ୍ମଦ ଇବ୍ରାହିମ ୧୩ ଓ ଅହମ୍ମଦ ସିଫାନ ୯ ପଏଣ୍ଟ ଆଣିପାରିଥିଲେ।