ଦକ୍ଷିଣ-ପୂର୍ବ ଭାରତୀୟ ଆଇଟିଏଫ୍‌ ଟାଏକୋଣ୍ଡୋ:ଓଡ଼ିଶାକୁ ୧୯ ପଦକ

0

ଭୁବନେଶ୍ବର: ଉତ୍ତରାଖଣ୍ଡରେ ସମ୍ପ୍ରତି ଅନୁଷ୍ଠିତ ୩୦ତମ ଦକ୍ଷିଣ-ପୂର୍ବ ଭାରତୀୟ ଆମନ୍ତ୍ରଣୀୟ ଆଇଟିଏଫ୍ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି। ପ୍ରଶିକ୍ଷକ ଲକ୍ଷ୍ମୀ ପ୍ରସାଦ ନାୟକଙ୍କ ତତ୍ବାବଧାନରେ ଗସ୍ତ କରିଥିବା ଓଡ଼ିଶା ଦଳ ୬ ରୌପ୍ୟ ଏବଂ ୧୩ କାଂସ୍ୟ ପଦକ ହାସଲ କରିଛନ୍ତି। ପଦକ ବିଜେତା ଏବଂ ପ୍ରଶିକ୍ଷକଙ୍କୁ ଟାଏକୋଣ୍ଡୋ ଆସୋସିଏସନ୍‌ ଅଫ୍‌ ଓଡ଼ିଶାର ମୁଖ୍ୟର ଡକ୍ଟର ବଦ୍ରୀନାଥ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି।
ରୌପ୍ୟ ପଦକ ବିଜେତା: ରଶ୍ମିତା ନାୟକ (୨), କ୍ଷୀରୋଦ ଚନ୍ଦ୍ର ସୁବୁଦ୍ଧି, ମନୀଷା ବଳ, ସୋହାନି ସୁମନ, ସିନ୍ଧୁଜା ଗୌଡ଼। କାଂସ୍ୟ ପଦକ ବିଜେତା: ପୃଥ୍ବୀରାଜ ମହାପାତ୍ର (୩), ସୋହାନି ସୁମନ (୩), କ୍ଷୀରୋଦ ଚନ୍ଦ୍ର ସୁବୁଦ୍ଧି (୨), ଆଦ୍ୟାଶା ସାହୁ (୨), ସିନ୍ଧୁଜା ଗୌଡ଼, ରଶ୍ମିତା ନାୟକ, ମନୀଷା ବଳ।

ସମ୍ବନ୍ଧିତ ଖବର