ସିଓଲ(ଦକ୍ଷିଣ କୋରିଆ): ଭାରତୀୟ ମହିଳା ହକି ଟିମ୍ ଦକ୍ଷିଣ କୋରିଆ ଠାରୁ ଗୁରୁବାର ପରାସ୍ତ ହୋଇଛି। ଆୟୋଜକ ଦକ୍ଷିଣ କୋରିଆ ଭାରତକୁ ୨-୧ ଗୋଲରେ ପରାସ୍ତ କରିଛି। ଜିନ୍ଚୁନ ନ୍ୟାସନାଲ ଆଥ୍ଲେଟିକ୍ ସେଣ୍ଟରରେ ୫ଟି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ୩ୟ ମୁକାବିଲାରେ ଭାରତ ପରାଜିତ ହୋଇଛି। ଦକ୍ଷିଣ କୋରିଆ ପ୍ରଥମ ହାଫ୍ରେ ଭାରତ ବିପକ୍ଷରେ ୨ଟି ଗୋଲ୍ ଦେଇଥିଲା। ସିଉଲ୍ କି ଚେଅନ୍ ୧୨ ମିନିଟ ଓ ୟୁରିମ୍ ଲି ୧୪ ମିନିଟ୍ରେ ଗୋଲ ଦେଇଥିଲେ। ସେହିଭଳି ଭାରତ ପକ୍ଷରୁ ଲାଲରେମ୍ସିଆମି ବିପକ୍ଷ ଦଳ ପାଇଁ ୧୬ ମିନିଟ୍ରେ ଗୋଲ ଦେଇଥିଲେ। ଫଳରେ ଦକ୍ଷିଣ କୋରିଆ ଏହି ମ୍ୟାଚ୍କୁ ୨-୧ ଗୋଲରେ ବିଜୟ ଲାଭକରିଛି।
ପୂର୍ବରୁ ୧୦ ମିନିଟ ପର୍ଯ୍ୟନ୍ତ ଉଭୟ ଦଳର ଖେଳାଳିମାନଙ୍କ ମଧ୍ୟରେ ଲଢୁଆ ମନୋଭାବ ଦେଖାଯାଇଥିଲେ ହେଁ ଦକ୍ଷିଣ କୋରିଆ ୧୨ ଓ ୧୪ ମିନିଟରେ ଗୋଲ ଦେଇଥିଲା। ପରେ ଭାରତ ଗୋଟିଏ ଗୋଲ୍ ଦେଇଥିଲା। ଭାରତୀୟ ମହିଳା ହକି ଟିମ୍ ତା’ର ୪ର୍ଥ ମ୍ୟାଚ୍ ମାର୍ଚ୍ଚ ୯ରେ ଦକ୍ଷିଣ କୋରିଆ ସହିତ ଖେଳିବ।