ଷ୍ଟାଣ୍ଡ୍‌ରେ ‘ଯୌନ କଣ୍ଢେଇ’ ଯୋଗୁଁ କ୍ଷମା ମାଗିଲା ଦକ୍ଷିଣ କୋରିଆ ଫୁଟ୍‌ବଲ କ୍ଲବ୍‌

ସିଓଲ: କେ ଲିଗ୍‌ ଋତୁର ଦ୍ବିତୀୟ ମ୍ୟାଚ୍‌ ବେଳେ ଫାଙ୍କା ଷ୍ଟାଡିୟମ୍‌କୁ ଭରିବା ପାଇଁ ପ୍ରଶଂସକମାନେ ‘ଯୌନ କଣ୍ଢେଇ’ ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଦକ୍ଷିଣ କୋରିଆର ଫୁଟ୍‌ବଲ୍‌ ଦଳ ଏଫସି ସିଓଲ କ୍ଲବ୍‌ କ୍ଷମା ମାଗିଛି। ଦକ୍ଷିଣ କୋରିଆର ଏହି ପ୍ରମୁଖ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ରବିବାର ଏହି କ୍ଲବ୍‌ ଘ‌ରେ ଗୁଆଙ୍ଗ୍‌ଜୁ ବିପକ୍ଷରେ ମ୍ୟାଚ୍‌ ଖେଳିଥିଲା। ଏହି ମ୍ୟାଚ୍‌ ପୂର୍ବରୁ ଫେବ୍ରୁଆରି ୨୯ ତାରିଖରେ ଖେଳାଯିବାକୁ ଥିଲାବେଳେ କରୋନା ଭୂତାଣୁ ମହାମାରୀ ଯୋଗୁଁ ସ୍ଥଗିତ ରହିଥିଲା‌।

ହେଲେ ରବିବାର ମ୍ୟାଚ୍‌ ଖେଳାଯାଇଥିଲା ବେଳେ କୋଭିଡ୍‌-୧୯ ମାର୍ଗଦର୍ଶିକା ତଥା ସଂକ୍ରମଣକୁ ରୋକିବାର ପଦକ୍ଷେପ ସ୍ବରୂପ ପଡ଼ିଆରୁ ପ୍ରଶଂସକଙ୍କୁ ବାରଣ କରାଯାଇଥିଲା। ହେଲେ ଅନ୍‌ଲାଇନ୍‌ରେ ମ୍ୟାଚ୍‌ ଦେଖୁଥିବା ଦର୍ଶକ ଷ୍ଟାଣ୍ଡ୍‌ ପୂରଣ ପାଇଁ ତିଆରି କରାଯାଇଥିବା କିଛି ପିତ୍ତୁଳାସବୁ ଦେଖିବାକୁ ପାଇଥିଲେ। ଯାହାକି ଅରୁଚିକର ହୋଇଥିଲା। ସେଥିରୁ କେତେକ ‘ଯୌନ କଣ୍ଢେଇ’କୁ ତିଆରି କରିଥିବା କଂପାନିମାନଙ୍କ ସଂକେତ ବହନ କରୁଥିଲା। ହେଲେ କ୍ଲବ୍‌ ଏହି ଘଟଣାକୁ ନଜର ଅନ୍ଦାଜ କରିଥିଲା। ତେବେ ଏହି ଅରୁଚିକର ଘଟଣାକୁ ନେଇ ଅଭିଯୋଗ ହେବା ପରେ ସଂପୃକ୍ତ କ୍ଲବ୍‌ ଇନ୍‌ଷ୍ଟାଗ୍ରାମ୍‌ ଓ ଫେସ୍‌ ବୁକ୍‌ରେ କ୍ଷମା ମାଗିଥିଲା।

ସମ୍ବନ୍ଧିତ ଖବର