ଭୁବନେଶ୍ବର : ଗୋଟିଏ ମ୍ୟାଚରେ ସର୍ବାଧିକ ଗୋଲ୍ କରିବାରେ ନୂଆ ବିଶ୍ବ ରେକର୍ଡ କରିଛି ସ୍ପେନ । ଜୁନିଅର୍ ହକି ବିଶ୍ଵକପରେ ଆମେରିକା ବିପକ୍ଷରେ ୧୭ଟି ଗୋଲ ଦେଇଛି ସ୍ପେନ୍ । ଏହାର ଜବାବରେ ଆମେରିକା ଦଳ ଗୋଟିଏ ବି ଗୋଲ ଦେବାକୁ ସକ୍ଷମ ହୋଇପାରିନଥିଲା ।
ସ୍ପେନ ତରଫରୁ ଗିଅର୍ଡ କ୍ଲେପଶ୍ ସର୍ବାଧିକ ୪ଟି ଗୋଲ୍ କରିଥିବା ବେଳେ ପେପେ କନିଲ, ରାଫେଲ ଭିଳାଲୋଙ୍ଗା ଏବଂ ମନୁଏଲ୍ ରୋଦ୍ରିଗଜ୍ ୨ ଟି ଲେଖାଏଁ ସ୍କୋର କରିଥିଲେ । ଏହା ସହିତ ଗୋଟିଏ ମ୍ୟାଚରେ ସର୍ବାଧିକ ଗୋଲ୍ କରିବାରେ ନୂଆ ରେକର୍ଡ ସ୍ପେନ ନିଜ ନାଁ ରେ ହିଁ କରିଛି ।
ଉଲ୍ଲେଖନୀୟ କଥା ହେଉଛି, ଆଜି ସକାଳେ ହୋଇଥିବା ଆଉ ଏକ ମ୍ୟାଚରେ ଆର୍ଜେଣ୍ଟିନା କୋରିଆ ବିପକ୍ଷରେ ୧୪ଟି ଗୋଲ ଦେଇ ବିଶ୍ବ ରେକର୍ଡ କରିଥିଲା । କିନ୍ତୁ ଆର୍ଜେଣ୍ଟିନାର ଏହି ବିଶ୍ବ ରେକର୍ଡ ଗୋଟିଏ ଦିନ ବି ତିଷ୍ଠି ପାରିନଥିଲା । ଅପରାହ୍ଣରେ ହିଁ ସ୍ପେନ ଏହି ରେକର୍ଡକୁ ଭାଙ୍ଗି ଏକ ନୂଆ ରେକର୍ଡ ସ୍ଥାପନ କରିଥିଲା ।