ମସ୍କୋ: ମସ୍କୋ ବିଶ୍ୱକପ୍ ଆରମ୍ଭ ହେବାର ମାତ୍ର ଦିନକ ପୂର୍ବରୁ ସ୍ପେନ୍ ଜାତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଜୁଲେନ ଲୋପେତେଗୁଇ ବହିଷ୍କୃତ ହୋଇଛନ୍ତି। ଏହି ଖବର କେବଳ ସ୍ପେନ୍ ସମର୍ଥକ ନୁହେଁ ସମଗ୍ର ଫୁଟ୍ବଲ ଜଗତକୁ ଚକିତ କରି ଦେଇଛି। ସ୍ପେନ୍ ଶୁକ୍ରବାର ପର୍ତୁଗାଲ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବାର ଅଛି। ଏହାର ମାତ୍ର ଦୁଇ ଦିନ ପୂର୍ବରୁ କ୍ରାସନୋଦାରଠାରେ ଆୟୋଜିତ ଏକ ସାମ୍ବଦିକ ସମ୍ମିଳନୀରେ ସ୍ପେନ୍ ଫୁଟବଲ୍ ମହାସଂଘର ମୁଖ୍ୟ ଲୁଇସ୍ ରୁବିଆଲ୍ସ ଏହି ଆଶ୍ଚର୍ଯ୍ୟଜନକ ଘୋଷଣା କରିଥିଲେ। ବିଶ୍ୱକପ୍ ବେଳେ ଜୁଲେନ୍ ରିଅଲ ମାଦ୍ରିଦ ଦଳରେ ଯୋଗଦେବା ଲାଗି ମୁଲଚାଲ କରୁଥିବା ଖବର ହିଁ ସେ ବିଶ୍ୱକପ୍ରୁ ବିଦା ହେବାର ମୁଖ୍ୟ କାରଣ ବୋଲି କୁହାଯାଉଛି। ବିଶ୍ୱକପ୍ ପରେ ଜୁଲେନ୍ ତା’ର ପ୍ରବନ୍ଧକ ଦାୟିତ୍ୱ ଗ୍ରହଣ କରିବେ ବୋଲି ମଙ୍ଗଳବାର ରିଅଲ ମାଦ୍ରିଦ ଘୋଷଣା କରିଥିଲା। ଏହାର ଦିନକ ପରେ ସ୍ପେନ୍ ଫୁଟବଲ୍ ମହାସଂଘ ତାଙ୍କୁ ନିଜ ଦଳର ପ୍ରଶିକ୍ଷକ ପଦରୁ ବହିଷ୍କୃତ କରିଛି। ଜୁଲେନଙ୍କ କାର୍ଯ୍ୟକାଳ ୨୦୨୦ ପର୍ଯ୍ୟନ୍ତ ଥିଲା। ଗତମାସରେ ହିଁ ସେ ଏଥିନେଇ ସ୍ପେନ୍ ଫୁଟବଲ୍ ମହାସଂଘ ସହ ଚୁକ୍ତିି ସ୍ୱାକ୍ଷର କରିଥିଲେ। ମହାସଂଘର ଫୁଟବଲ୍ ନିର୍ଦେଶକ ଫର୍ନାଣ୍ଡୋ ହିଏରୋ ଜୁଲେନଙ୍କ ଉତ୍ତରାଧିକାରୀ ଘୋଷିତ ହୋଇଛନ୍ତି। ୫୦ ବର୍ଷୀୟ ହିଏରୋଙ୍କର କିନ୍ତୁ ପ୍ରଶିକ୍ଷଣରେ ସୀମିତ ଅଭିଜ୍ଞତା ରହିଛି।
ସ୍ପେନ୍ ପ୍ରଶିକ୍ଷକ ବହିଷ୍କୃତ, ହିଏରୋଙ୍କୁ ଦାୟିତ୍ୱ
/sambad/media/post_attachments/wp-content/uploads/2018/06/spain.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)