ସ୍ପେସାଲ ଅଲିମ୍ପିକ୍ସ ବିଶ୍ବ କ୍ରୀଡ଼‌ା ଲାଗି ଓଡ଼ିଶାରୁ ୧୨

ଭୁବନେଶ୍ବର: ମାର୍ଚ ୧୪ରୁ ୨୧ ତାରିଖ ପର୍ଯ୍ୟନ୍ତ ଆବୁଧାବିରେ ହେବାକୁଥିବା ପଞ୍ଚଦଶ ସ୍ପେସାଲ ଅଲିମ୍ପିକ୍ସ ବିଶ୍ବ କ୍ରୀଡ଼ା ଲାଗି ଭାରତୀୟ ଦଳରେ ଓଡ଼ିଶାରୁ ୯ ଜଣ ଖେଳାଳି, ୨ ପ୍ରଶିକ୍ଷକ ଏବଂ ଜଣେ ମୁଖ୍ୟ ସହକାରୀଙ୍କ ସହ ୧୨ ଜଣ ଅଂଶଗ୍ରହଣ କରିବେ। ଏହି ପ୍ରତି‌ଯୋଗିତାରେ ଭାରତରୁ ୨୮୯ ଖେଳାଳି, ୭୩ ପ୍ରଶିକ୍ଷକ ଏବଂ ୨୧ ଅଧିକାରୀଙ୍କ ସହ ୩୮୩ ଜଣ ଭାଗନେବେ। ଓଡ଼ିଶା ଖେଳାଳି ଓ ଅଧିକାରୀମାନଙ୍କ ପାଇଁ ବୁଧବାର ଏକ ବିଦାୟୀ ସମ୍ବର୍ଧନା ଆୟୋଜିତ ହୋଇଥିଲା। ଏଥିରେ ପୁଲିସ କମିସନର ସତ୍ୟଜିତ ମହାନ୍ତି, ପିଡବ୍ଲୁଡିଏସ୍‌ର ପୂର୍ବତନ କମିସନର କସ୍ତୁରୀ ମହାପାତ୍ର ଓ ମିନତୀ ବେହେରା, ପରିଚୟ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ସଭାପତି ରୋଜାଲିନ ପାଟ୍ଟଶାଣୀ ମିଶ୍ର, ଅନ୍ତର୍ଜାତୀୟ କ୍ରିକେଟର୍‌ ମହମ୍ମଦ ଜାଫର ଇକ୍‌ବାଲ, ଦିକ୍ଷା ତିୱାରୀ, ବିଆର୍‌ଏମ୍‌ ଓ ଆଶାର ଉପସଭାପତି ପ୍ରଦୀପ୍ତ ରଥ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କ ଶୁଭ ମନାସି ଥିଲେ। ଏଥିସହ ‌ଅତିଥିମାନେ ଓଡ଼ିଶା ଦଳର ପୋଷାକ ଉନ୍ମୋଚିତ କରିଥିଲେ।

ଦଳ: ମୁକ୍ତା ମୁଣ୍ଡା (ଫୁଟ୍‌ବଲ୍‌), ରାଜଶ୍ରୀ ମହାପାତ୍ର (ଫୁଟସାଲ), ରୁଶାଲୀ ଜେନା (ସାଇକେଲ ଚାଳନା), ପ୍ରଭାତ ବରାଳ (ବ୍ୟାଡ୍‌ମିଣ୍ଟନ୍‌), ରୋନକ ପା‌ରେଖ, ରଜନ କୁମାର କେଡ଼ିଆ (ବାସ୍କେଟବଲ୍‌), ସନ୍ଦୀପ (ହାଣ୍ଡବଲ୍‌), ଅର୍ପିତା ମହାପାତ୍ର (ମୁଖ୍ୟ ପ୍ରଶିକ୍ଷିକା), ଇନ୍ଦ୍ରମଣୀ କାଣ୍ଡି, ବିଭାରାଣୀ ମିତ୍ର, ବିବେକାନନ୍ଦ ମହାନ୍ତି ଏବଂ ପ୍ରକାଶ କୁମାର ରଥ (ମୁଖ୍ୟ ସହକାରୀ)।

ସମ୍ବନ୍ଧିତ ଖବର