ସ୍ବତନ୍ତ୍ର ଅଲିମ୍ପିକ୍ସର ଜାତୀୟ ଫ୍ଲୋର ହକିରେ ଓଡ଼ିଶାକୁ କାଂସ୍ୟ

ଭୁବନେଶ୍ବର: ପଞ୍ଜାବର ପଟିଆଲାରେ ଆୟୋଜିତ ସ୍ବତନ୍ତ୍ର ଅଲିମ୍ପିକ୍ସ ଜାତୀୟ ପ୍ରତିଯୋଗିତାର ଫ୍ଲୋର୍‌ ହକିରେ ଓଡ଼ିଶା ଦଳ କାଂସ୍ୟ ପଦକ କରାୟତ କରିଛି। ପୂର୍ଣ୍ଣ ଜେନା ଓ ତୁଳସୀରାମ ବାଗର୍ତୀ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ପୂର୍ଣ୍ଣ ଜେନା ଆହତ ହେବାରୁ ଓଡ଼ିଶା ଦଳ ସେମିଫାଇନାଲ୍‌‌ରୁ ହାରି କାଂସ୍ୟ ପଦକରେ ସନ୍ତୁଷ୍ଠ ରହିଥିଲା। କାଂସ୍ୟ ବିଜେତା ଓଡ଼ିଶା ଦଳରେ ପୂର୍ଣ୍ଣ ଜେନା, ସନ୍ତୋଷ ମଲ୍ଲିକ, ସଚିନ୍‌ ବାରିକ, ତପେଶ ଭୋଇ, ତୁଳସୀରାମ ବାଗର୍ତୀ, ପ୍ରୀତମ ଦ‌ଳେଇ, ପୀରୁ ସୋରେନ୍‌, ରାମ ଦାସ ମୁର୍ମୁ, ଲଳିତ ନାୟକ, ବୁଲୁ ମହାକୁଡ଼ ଏବଂ ସୁବ୍ରତ ନାୟକ ରହିଥିଲେ। ଅପର୍ତ୍ତି ମହାପାତ୍ର, ଉମାକାନ୍ତ ଷଡ଼ଙ୍ଗୀ ଏବଂ କାଳନ୍ଦୀ ଚରଣ ଭୋଇ ପ୍ରଶିକ୍ଷକ ଭାବେ ଦଳ ସହ ପଞ୍ଜାବ ଗସ୍ତ କରିଥିଲେ। ଏହି ପ୍ରତିଯୋଗିତା ଚଳିତ ମାସ ୧୯ରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଖେଳାଳିମାନଙ୍କୁ ଭୁବନେଶ୍ବର ଷ୍ଟେସନ୍‌ରେ ଅନ୍ତର୍ଜାତୀୟ ଖେଳାଳି ସରିତା ରାଉତରାୟ, ସୋନାଲି ପ୍ରଧାନ ଏବଂ ଜାତୀୟ ପ୍ରଶିକ୍ଷକ ସସ୍ମିତା ମହାପାତ୍ର ଏବଂ ଆଞ୍ଚଳିକ ନିର୍ଦେଶକ ପ୍ରକାଶ ରଥ ଫୁଲଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ।

ସମ୍ବନ୍ଧିତ ଖବର