ଭୁବନେଶ୍ବର: ନୂଆଦିଲ୍ଲୀର ରୁବ୍ ମଲ୍ଲ ଜୋରେକୋରେ ଅନୁଷ୍ଠିତ ସ୍ବତନ୍ତ୍ର ଅଲିମ୍ପିକ୍ସ ଖେଳାଳିଙ୍କ ପ୍ରଥମ ଜାତୀୟ ବୋଲିଂ ପ୍ରତିଯୋଗିତାରେ ଓଡ଼ିଶାକୁ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ କାଂସ୍ୟ ପଦକ ମିଳିଛି। ଅସୀମା ଐଶ୍ବର୍ଯ୍ୟା ଓ ସଂଗୀତା ନାୟକଙ୍କୁ ନେଇ ଗଠିତ ଓଡ଼ିଶା ମହିଳା ଦଳ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେହିଭଳି ଦେବାଶିଷ ଓ କିରଣ ନାଗଙ୍କୁ ନେଇ ଗଠିତ ଓଡ଼ିଶା ପୁରୁଷ ଦଳ କାଂସ୍ୟ ପଦକ ଜିତିଛନ୍ତି। ଓଡ଼ିଶା ଦଳ ସହ ବିବେକାନନ୍ଦ ମହାନ୍ତି ଓ ଲିଲୁବାଳା ମହାପାତ୍ର ପ୍ରଶିକ୍ଷକ ଭାବେ ଦାୟିତ୍ବ ତୁଲାଇଥିଲେ। ‘ନିକଟରେ ବୋଲିଂ ଖେଳକୁ ସ୍ବତନ୍ତ୍ର ଅଲିମ୍ପିକ୍ସରେ ସାମିଲ କରାଯାଇଛି। 

Advertisment

ଭିତ୍ତିଭୂମିର ଅଭାବ ସତ୍ତ୍ବେ ଆମ ‌‌ଖେଳାଳି ଚମତ୍କାର ପ୍ରଦର୍ଶନ ଦେଇଛନ୍ତି’ ବୋଲି ପ୍ରକାଶ କରିଛନ୍ତି ସ୍ବତନ୍ତ୍ର ଅଲିମ୍ପିକ୍ସ ଭାରତ-ଓଡ଼ିଶାର ରାଜ୍ୟ କାର୍ଯ୍ୟକ୍ରମ ସଂଯୋଜିକା ଅର୍ପିତା ମହାପାତ୍ର। ସରକାର ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ବତନ୍ତ୍ର ଅଲିମ୍ପିକ୍ସର କେନ୍ଦ୍ରମାନ‌ ଖୋଲିବାର ଆବଶ୍ୟକତା ରହିଛି ବୋଲି ମତ ଦେଇଛନ୍ତି ସ୍ବତନ୍ତ୍ର ଅଲିମ୍ପିକ୍ସ ଭାରତ-ଓଡ଼ିଶାର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରକାଶ କୁମାର ରଥ। ଖେଳାଳିମାନଙ୍କୁ ଅନ୍ୟ କର୍ମକର୍ତା ସୁନୀତ ମୁଣ୍ଡ, ଉମାକାନ୍ତ ଷଡ଼ଙ୍ଗୀ, ସସ୍ମିତା ମହାପାତ୍ର, ସୁରେଶ ଖୁଣ୍ଟିଆ, ମନତୋଷ ବେହେରା, ଦୀପ୍ତିମୟୀ ରାଉତ, ତନ୍ମୟ ଭୂଷଣ ସେନାପତି ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।