ଭୁବନେଶ୍ବର: ଜର୍ମାନୀର ବର୍ଲିନ୍ ସହରରେ ଅନୁଷ୍ଠିତ ହେବାକୁ ଯାଉଥିବା ସ୍ବତନ୍ତ୍ର ଅଲିମ୍ପିକ୍ସ ବିଶ୍ବ ଗ୍ରୀଷ୍ମକାଳୀନ କ୍ରୀଡ଼ା ପାଇଁ ଆୟୋଜିତ ଜାତୀୟ ଶିବିର ଲାଗି ଓଡ଼ିଶାରୁ ଅନ୍ତର୍ଜାତୀୟ ହ୍ୟାଣ୍ଡବଲ୍ ଖେଳାଳି ଆର୍ଯ୍ୟନ ବ୍ରାହ୍ମିନ ମନୋନୀତ ହୋଇଛନ୍ତି। ଅକ୍ଟୋବର ୯ରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ଜାତୀୟ ଶିବିର ହରିଆଣାର ମାନବ ରଚନା ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ଆର୍ଯ୍ୟନ ୟୁନିଫାଏଡ୍ ହ୍ୟାଣ୍ଡ୍ବଲ୍ ଇଭେଣ୍ଟ୍ ଲାଗି ମନୋନୀତ ହୋଇଛନ୍ତି। ଆର୍ଯ୍ୟନଙ୍କୁ ସ୍ବତନ୍ତ୍ର ଅଲିମ୍ପିକ୍ସ ଭାରତ-ଓଡ଼ିଶାର ଆଞ୍ଚଳିକ ନିର୍ଦେଶକ ପ୍ରକାଶ କୁମାର ରଥ, ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର, ରାଜ୍ୟ ସଂଯୋଜକ ଅର୍ପିତା ମହାପାତ୍ର ଶୁଭେଚ୍ଛା ଜଣାଇଛନ୍ତି। ଆର୍ଯ୍ୟନ ନିକଟରେ ଏସୀୟ ହ୍ୟାଣ୍ଡ୍ବଲ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp