ଲିଚ୍‌ଙ୍କୁ ଆଜୀବନ ଚଷମା ଯୋଗାଇବ ସ୍ପେକ୍‌ସେଭର୍ସ

ଇଂଲଣ୍ଡର ହେଡିଂଲେ ଟେଷ୍ଟ୍‌ ବିଜୟର ନାୟକ ବେନ୍ ଷ୍ଟୋକ୍ସଙ୍କୁ ଚାରିଆଡ଼ୁ ପ୍ରଶଂସା ମିଳୁଛି। ଷ୍ଟୋକ୍ସ କିନ୍ତୁ ସାଥୀ ଖେଳାଳି ଜ୍ୟାକ୍ ଲିଚ୍‌ଙ୍କୁ ତାଙ୍କ ସାହସିକ ବ୍ୟାଟିଂ ପାଇଁ ପ୍ରଶଂସା କରିଛନ୍ତି। ଶେଷ ୱିକେଟ୍‌ରେ ଷ୍ଟୋକ୍ସ ଓ ଲିଚ୍ ୭୬ ରନ୍ ସଂଗ୍ରହ କରି ଇଂଲଣ୍ଡକୁ ଜିତାଇଥିଲେ। ସେଥିମଧ୍ୟରୁ ଲିଚ୍ ମାତ୍ର ୧ ରନ୍ କରିଥିଲେ। ହେଲେ ୧୭ ବଲ୍‌ର ସମ୍ମୁଖୀନ ହୋଇ ଅଷ୍ଟ୍ରେଲିଆ ବୋଲରଙ୍କୁ ତାଙ୍କ ୱିକେଟ୍ ନେବାକୁ ଦେଇ ନଥିଲେ। ଚଷମା ବ୍ୟବହାର କରୁଥିବା ଲିଚ୍‌ଙ୍କୁ ସାହାଯ୍ୟ କରିବାକୁ ଇଂଲଣ୍ଡ ଦଳର ପ୍ରାୟୋଜକ ତଥା ବିଶ୍ବର ଅଗ୍ରଣୀ ଚଷମା ପ୍ରସ୍ତୁତକାରୀ କଂପାନି ସ୍ପେକସେଭର୍ସକୁ ଟ୍ବିଟ୍ କରି ଅନୁରୋଧ କରିଥିଲେ। କଂପାନି ମଧ୍ୟ ତାଙ୍କ କଥା ରଖି ଲିଚ୍‌ଙ୍କୁ ମାଗଣାରେ ଆଜୀବନ ଚଷମା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛି। ଫଳରେ ଲିଚ୍ ବହୁତ ଖୁସି ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର