ଆଇପିଏଲ୍ରୁ ସିଏସ୍କେର ବିଦାୟ ପରେ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ ନାନା କଥା ଶୁଣିବାକୁ ମିଳୁଛି। ଆଉ ଆଇପିଏଲ୍ରେ ସେ ଖେଳିବେ କି ନା ନିଜଆଡୁ କିଛି ସ୍ପଷ୍ଟ କରିନାହାନ୍ତି। କିନ୍ତୁ ଫେସ୍ବୁକ୍ରେ ଧୋନି ଛାଡ଼ିଥିବା ଏକ ପୋଷ୍ଟ୍ କଳ୍ପନାଜଳ୍ପନାକୁ ବଢ଼ାଇଦେଇଛି। ଧୋନି ଏଥିରେ ଲେଖିଛନ୍ତି ‘ଏବେ ଲମ୍ଫ ମାରିବାର ବେଳ, ଏବେ ମଧ୍ୟ ମୂଲ୍ୟବାନ ସମୟର ବେଳ। ମୁଁ ମୋ ନୂଆ ଦଳ ଆରମ୍ଭ କରିବାକୁ ଯାଉଛି’। ଏହା ପରେ ପ୍ରେଶଂସକମାନେ ଧୋନିଙ୍କ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଆକଳନ ଆରମ୍ଭ କରି ଦେଇଛନ୍ତି। ସମ୍ପ୍ରତି ଧୋନି ଅଟୋମୋବାଇଲ୍ କମ୍ପାନି ସିଟ୍ରୋଏନ୍ର ବ୍ରାଣ୍ଡ୍ ଆମ୍ବାସାଡର୍ ଅଛନ୍ତି। ସବୁବେଳେ ସୃଜନଶୀଳ ପୋଷ୍ଟ୍ କରି ପ୍ରଶଂସକଙ୍କୁ ଦ୍ବନ୍ଦ୍ବରେ ପକାଉଥିବା ଧୋନିଙ୍କ ଏହି ସୂଚନାରୁ ଶେଷ ସିଦ୍ଧାନ୍ତରେ ପହଞ୍ଚିବା ପୂର୍ବରୁ ବ୍ୟକ୍ତିଗତ ଅବସର କଥା ଥମିଯାଇଛି।
ଧୋନିଙ୍କ ଫେସ୍ବୁକ୍ ପୋଷ୍ଟ୍କୁ ନେଇ କଳ୍ପନାଜଳ୍ପନା
/sambad/media/post_attachments/wp-content/uploads/2024/04/dhoni.jpg)