ଚହଲଙ୍କ ଚିତ୍ର: ଅଷ୍ଟ୍ରେଲିଆରେ ଯୁଗ୍ମ ଶ୍ରେଷ୍ଠ

ମେଲବର୍ନ ଦିନିକିଆରେ ଲେଗ୍‌ ସ୍ପିନର୍ ୟୁଜବେନ୍ଦ୍ର ଚହଲଙ୍କ ବୋଲିଂ ଚିତ୍ର ୧୦-୦-୪୨-୬ କେବଳ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ନୁହେଁ। ଏହା ମଧ୍ୟ ଅଷ୍ଟ୍ରେଲିଆ ମାଟିରେ ଶ୍ରେ‌ଷ୍ଠ ଦିନିକିଆ ବୋଲିଂ ଚିତ୍ର। ପୂର୍ବ ଶ୍ରେଷ୍ଠ ଭାରତୀୟ ଦ୍ରୁତ ବୋଲର ଅଜିତ ଅଗରକର (୬/୪୨, ୨୦୦୪)ଙ୍କ ନାମରେ ରହିଥିଲା। ଏବେ ଦୁଇ ଭାରତୀୟ ଯୁଗ୍ମ ଭାବେ ଶୀର୍ଷରେ ରହିଲେ। ୨୦୧୫ରେ ଭାରତ ବିପକ୍ଷରେ ମେଲବର୍ନରେ ମିଚେଲ ଷ୍ଟାର୍କ (୬/୪୩) ଏବଂ ୨୦୧୧ ମସିହାରେ ଇଂଲଣ୍ଡର କ୍ରିସ୍ ୱକ୍ସ (୬/୪୫) ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ୬ ୱିକେଟ୍ ସଫଳତା ପାଇଥିଲେ। ଚହଲ ନିଜର ବିଦେଶ ପ୍ରଦର୍ଶନରେ ବି ଉନ୍ନତି ଆଣିଛନ୍ତି। ୨୦୧୮ ଜାନୁଆରିରେ ଚହଲ୍‌ ସେଞ୍ଚୁରିଅନ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜ ପୂର୍ବ ଶ୍ରେଷ୍ଠ ୫/୨୨ ବୋଲିଂ ଚିତ୍ର ପାଇଥିଲେ। ଶୁକ୍ରବାର ଚହଲଙ୍କ ଥଳିରେ ପଡ଼ିଥିଲେ ଖୱାଜା, ସନ୍ ମାର୍ସ, ଷ୍ଟୋଇନିସ, ରିଚାର୍ଡସନ, ହ୍ୟାଣ୍ଡ୍‌ସ୍କମ୍ବ୍‌ ଏବଂ ଜାମ୍ପା।

ସମ୍ବନ୍ଧିତ ଖବର