କଟକ : ୧୪ ବର୍ଷ ତଳେ ପଦାର୍ପଣ ରଣଜୀ ମ୍ୟାଚ୍ରେ ୭ ୱିକେଟ୍ ନେଇ ଖେଳ ଜୀବନ ଆରମ୍ଭ କରିଥିବା ବାମହାତୀ ସ୍ପିନର ଧୀରାଜ ସିଂହ ଶୁକ୍ରବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଧୀରାଜ ୫୧ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୧୧୯ ୱିକେଟ୍ ନେଇଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ୭/୮୩ ରହିଛି। ଲିଷ୍ଟ ଏ’ରେ ସେ ୧୯ ମ୍ୟାଚ୍ରୁ ୧୭ ୱିକେଟ୍ ନେଇଛନ୍ତି। ଏହି ଫର୍ମାଟ୍ରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୫/୪୯ ରହିଛି। ଏହାବାଦ୍ ୫ ଟ୍ବେଣ୍ଟି-୨୦ ମ୍ୟାଚ୍ରୁ ୮ ୱିକେଟ୍ ପାଇଛନ୍ତି। ଓଡ଼ିଶା କ୍ରିକେଟକୁ ଧୀରଜଙ୍କ ଅବଦାନ ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନ ର ସଭାପତି ପ୍ରଣବ ପ୍ରକାଶ ଦାସ ଓ ସଂପାଦକ ସଂଜୟ ବେହେରା ତାଙ୍କୁ ଶୁଭକାମନା ଜଣାଇଛନ୍ତି।
ଅବସର ନେଲେ ସ୍ପିନର ଧୀରାଜ ସିଂହ
/sambad/media/post_attachments/wp-content/uploads/2022/12/Dhiraj-Singh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)