ହିରୋସୀମା: ଏଫଆଇଏଚ୍ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ପାଇଁ ରବିବାର ଭାରତ ଯୋଗ୍ୟ ହୋଇସାରିଛି। ବର୍ଷ ୨୦୧୯ ଶେଷ ଭାଗରେ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ପାଇଁ ମ୍ୟାଚ୍ ଖେଳାଯିବ। ଏହି ପର୍ଯ୍ୟାୟରେ ଉନ୍ନୀତ ଟିମ୍ ୨୦୨୦ରେ ଜାପାନର ଟୋକିଓରେ ହେବାକୁ ଥିବା ଅଲିମ୍ପିକ କ୍ରୀଡ଼ାରେ ଅଂଶଗ୍ରହଣ କରିପାରିବ।
ଭାରତୀୟ ମହିଳା ହକି ଟିମ ଆଜି ହିରୋସୀମା ଠାରେ ଖେଳାଯାଇଥିବା ଏଫଆଇଏଚ୍ ମହିଳା ହକି ସିରିଜ୍ ଫାଇନାଲ୍ସରେ ୩-୧ରେ ଜାପାନକୁ ପରାସ୍ତ କରିଛି। ଭାରତୀୟ ଟିମ୍ ଜାପାନ ବିପକ୍ଷରେ ଆରମ୍ଭରୁ ଆକ୍ରମଣାତ୍ମକ ଭାବେ ଖେଳିଥିଲା। ମ୍ୟାଚ୍ର ୩ ମିନିଟରେ ଅଧିନାୟିକା ରାଣୀ ଏକ ଗୋଲ ଦେଇଥିଲେ। ଜବାବରେ ଜାପାନ ନିଜର ପ୍ରଥମ ଗୋଲ ୧୧ ମିନିଟରେ ଦେଇଥିଲା। ଜାପାନ ତରଫରୁ କାନଅନ ମୋରି ଏହି ଗୋଲ ଦେଇଥିଲେ। ଭାରତ ପକ୍ଷରୁ ଗୁରଜିତ କୌର ୪୫ ମିନିଟରେ ଦ୍ୱିତୀୟ ଗୋଲ ଓ ୬୦ ମିନିଟରେ ତୃତୀୟ ଗୋଲ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Indian-Womens-Hockey-Team-celebrate-scoring-their-first-goal-1.jpg)