ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ ଏବଂ ରାଉରକେଲାର ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ ଏବେ ବର୍ଷ ସାରା କ୍ରୀଡ଼ା କାର୍ଯ୍ୟକ୍ରମକୁ ନେଇ ଉତ୍ସବ ମୁଖର ରହୁଛି।

Advertisment

publive-image

ଶନିବାର ଉଭୟ ଅନ୍ତର୍ଜାତୀୟ ସ୍ତରର ଷ୍ଟାଡିୟମ୍‌ରେ ବିଭିନ୍ନ ‌ଖେଳର ଗ୍ରୀଷ୍ମକାଳୀନ ଶିବିର ଉଦ୍‌ଯାପିତ ହୋଇଛି। ଏଥି ସହିତ ରିଲାଏନ୍ସ ଫାଉଣ୍ଡେସନ୍‌ ଆଥଲେଟିକ୍ସ ଏଚ୍‌ପିସିର ପରଫର୍ମାନ୍ସ ଗ୍ରେଡେଡ୍‌ ପ୍ରତିଯୋଗିତା ମଧ୍ୟ ସମ୍ପନ୍ନ ହୋଇଛି। ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ସଚିବ ଆର୍‌ ଭିନିଲ କ୍ରିଷ୍ଣା ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଯୋଗଦେଇ କଳିଙ୍ଗ ଶିବିରକୁ ସମାପିତ କରିଛନ୍ତି।

publive-image