ଆମକୁ ଆଇଟିଏଫ୍ ଫ୍ୟୁଚର୍ସ ମିଳିବା ଦିନରୁ ଆମେ ପ୍ରସ୍ତୁତିରେ କୌଣସି ଢ଼ିଲା କରିନାହୁଁ। ଗତ ଡିସେମ୍ବରରେ ସବୁଜ ସଙ୍କେତ ମିଳିବା ଦିନଠୁ ଆମେ ଦେଢ଼ ମାସ ହେବ ଅକ୍ଳାନ୍ତ ପରିଶ୍ରମ କରିଛୁ। ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ସହିତ ପ୍ରାୟୋଜକଙ୍କ ସମର୍ଥନ ଆମ କାମକୁ ସହଜ କରି ଦେଇଥିଲା। ସ୍ଥାନୀୟ ଖେଳାଳି ଓ ପ୍ରଶିକ୍ଷକଙ୍କୁ ମଧ୍ୟ ଏଥିରେ ସାମିଲ କରିଛୁ। ଓ୍ଵାଇଲ୍ଡ କାର୍ଡ ଜରିଆରେ ଓଡ଼ିଶାରୁ ମଧ୍ୟ ୪ ଜଣଙ୍କୁ ଖେଳିବା ସୁଯୋଗ ମିଳିଲା। ଭୁବନେଶ୍ୱର ମଧ୍ୟ ଏବେ ଆଇଟିଏଫ୍ ଭେନ୍ୟୁ ଭାବେ ସ୍ୱୀକୃତି ପାଇଲା। ଏବେ ଆଇଟିଏଫ୍ ଚାଲେଞ୍ଜର୍ସର ସମ୍ଭାବନା ରହିଛି ବୋଲି କହିଥିଲେ ଓଡ଼ିଶା ଟେନିସ୍ ସଂଘ (ଓଟିଏ) ସମ୍ପାଦକ ମଧୁସୂଦନ ପାଢ଼ୀ। ଓଟିଏ ସଭାପତିଙ୍କ ସୂଚନା ଅନୁସାରେ ଆମେ ମଧ୍ୟ ଡେଭିସ୍ କପ୍ ଆୟୋଜନ ପାଇଁ ଚିନ୍ତା କରୁଛୁ। ଏଥି ପାଇଁ କିଛି ଅଧିକ କାମ କରିବାକୁ ପଡ଼ିପାରେ ବୋଲି ଶ୍ରୀ ପାଢ଼ୀ ପ୍ରକାଶ କରିଥିଲେ। ଆଇଟିଏଫ୍ରେ ଭାଗ ନେଇଥିବା ଅନ୍ତର୍ଜାତୀୟ ସ୍ତରର ଖେଳାଳିଙ୍କ ପ୍ରଦର୍ଶନ ନିଶ୍ଚିତ ଓଡ଼ିଶା ପିଲାଙ୍କ ପାଇଁ ପରୋକ୍ଷ ଓ ପ୍ରତ୍ୟେକ୍ଷରେ ପ୍ରେରଣା ଭଳି ହୋଇଛି। ଭୁବନେଶ୍ୱରକୁ କ୍ରୀଡ଼ା ରାଜଧାନୀ ଭାବେ ବିବେଚନା କରାଯାଉଥିବାରୁ ଟେନିସ୍ ମଧ୍ୟ ଏଥିରେ ନିଜ ବଡ଼ ଅଂଶୀଦାର ରହିବ ବୋଲି କହିଥିଲେ ଶ୍ରୀ ପାଢ଼ୀ।
କ୍ରୀଡ଼ା ରାଜଧାନୀରେ ଟେନିସ୍ ଅଂଶୀଦାର: ମଧୁସୂଦନ ପାଢ଼ୀ
/sambad/media/post_attachments/wp-content/uploads/2018/02/Tennis_Racket_and_Balls-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)