ରାଣୀ ଏଲିଜାବେଥଙ୍କ ଦେହାନ୍ତ ଯୋଗୁ କ୍ରୀଡ଼ା ପ୍ରତିଯୋଗିତା ବାତିଲ

ଲଣ୍ଡନ : ବ୍ରିଟେନ୍‌ ରାଣୀ ଏଲିଜାବେଥ-୨ଙ୍କର ଗୁରୁବାର ଦେହାନ୍ତ ପରେ କ୍ରୀଡ଼ା ଜଗତ ପ୍ରତିକ୍ରିୟା ପ୍ରକାଶ କରିବା ସହ ତାଙ୍କ ପାଇଁ ନୀରବ ପ୍ରାର୍ଥନା କରିଛି। ସ୍କଟ୍‌ଲାଣ୍ଡସ୍ଥିତ ବାସଭବନରେ ୯୬ ବର୍ଷ ବୟସରେ ରାଣୀଙ୍କ ଦେହାନ୍ତ ହୋଇଥିଲା। ତାଙ୍କର ମୃତ୍ୟୁ ଖବର ଆସିବା ପରେ ରାଣୀଙ୍କୁ ସମ୍ମାନ ଜଣାଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍‌ ବୋର୍ଡ ଓଭାଲରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟ୍‌ର ଦ୍ବିତୀୟ ଦିନକୁ ସ୍ଥଗିତ ରଖିଥିଲା। ଏଥିସହ ଘରୋଇ ପ୍ରତିଯୋଗିତା ରାଚିଲ ହେହେଏ ଫ୍ଲିଣ୍ଟ ଟ୍ରଫିକୁ ବାତିଲ କରିଥିଲା। ସେହିପରି ଇଂଲିସ ଫୁଟ୍‌ବଲ୍‌ ଲିଗ୍‌ (ଇଏଫ୍‌ଏଲ୍‌)ର ଶୁକ୍ରବାର ଖେଳାଯିବାକୁ ଦୁଇଟି ମ୍ୟ୍ୟାଚ୍‌ ମଧ୍ୟ ବାତିଲ ହୋଇଛି। ୟୁରୋପା ଲିଗ୍‌ରେ ଖେଳାଳିମାନେ ଗୋଟିଏ ମିନିଟ୍‌ ନୀରବ ପ୍ରାର୍ଥନା କରିଥିଲେ ଏବଂ ବ୍ରିଟିସ୍‌ ଖେଳାଳିମାନେ ହାତରେ କଳାପଟି ପିନ୍ଧି ଖେଳିଥିଲେ। ସେହିପରି ବ୍ରିଟେନ୍‌ରେ ଆୟୋଜିତ ଗଲ୍ଫ, ସାଇକେଲିଂ ସହ ଅନେକ ଖେଳକୁ ଗୁରୁବାର ଓ ଶୁକ୍ରବାର ବନ୍ଦ ରଖାଯାଇଛି। ୟୁଏସ୍‌ ଓପନ୍‌ ଟେନିସ ପ୍ରତିଯୋଗିତା ଏବଂ ଫର୍ମୁଲା ୱାନ୍‌ରେ ‌ନୀରବ ପ୍ରାର୍ଥନା କରାଯାଇଥିଲା।

ସମ୍ବନ୍ଧିତ ଖବର