ମୁମ୍ବାଇ: ତୃତୀୟ ଦିନିକିଆ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳି ଭାରତ ବିଜୟ ଲାଭ କରିବା ପଛରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିବା ଅଲ୍ରାଉଣ୍ଡର୍ ଅମ୍ବାତି ରାୟଡୁଙ୍କୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ (ଆଇସିସି) ସୋମବାର ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ମ୍ୟାଚ୍ରେ ବୋଲିଂ କରିବାରୁ ବଞ୍ଚିତ କରିଥିବା ସୂଚନା ରହିଛି। ତାଙ୍କର ତୃଟିପୂର୍ଣ୍ଣ ବୋଲିଂ ଶୈଳୀ ହେତୁ ଆଇସିସି ତାଙ୍କୁ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ରେ ବୋଲିଂରୁ ନିଲମ୍ବିତ କରିଛି ବୋଲି ଜାଣିବାକୁ ମିଳିଛି।
ସୂଚନା ରହିଛି ଯେ ଚଳିତ ମାସ ୧୩ ତାରିଖରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ସିଡ୍ନିରେ ଖେଳା ଯାଇଥିବା ଏକ ଦିନିକିଆ ମ୍ୟାଚ୍ରେ ରାୟଡୁଙ୍କ ବୋଲିଂ ଶୈଳୀକୁ ନେଇ ସନ୍ଦେହ ପ୍ରକଟ ହୋଇଥିଲା । ଉକ୍ତ ମ୍ୟାଚ୍ରେ ରାୟଡୁ ୨ ଓଭର୍ରେ ୧୩ ରନ୍ ଦେବା ସହ କୌଣସି ଓ୍ଵିକେଟ୍ ନେଇ ପାରିନଥିଲେ। ବୋଲିଂ ଶୈଳୀକୁ ନେଇ ଅଭିଯୋଗ ଆସିବା ପରେ ୧୪ ଦିନ ମଧ୍ୟରେ ଆଇସିସି ବୋଲିଂ ବିଶେଷଜ୍ଞଙ୍କ ନିକଟରୁ ପରୀକ୍ଷା କରାଇବା ପାଇଁ ଆଇସିସି ପକ୍ଷରୁ ରାୟଡୁଙ୍କୁ କୁହାଯାଇଥିଲା। ମାତ୍ର ସେ ଦିଆଯାଇ ଥିବା ସମୟ ମଧ୍ୟରେ ତାହା କରିପାରି ନ ଥିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି।
/sambad/media/post_attachments/wp-content/uploads/2019/01/0521_ambati_rayudu_throws_the_ball_update-300x225.jpg)
ଆଇସିସି ଅଧିନିୟମ ଧାରା ୪.୨ ଅନୁଯାୟୀ ତାଙ୍କୁ ନିଲମ୍ବିତ କରାଯାଇଛି। ବୋଲିଂ ଶୈଳୀ ପରୀକ୍ଷଣ ନ ହେବା ପର୍ଯ୍ୟନ୍ତ କିମ୍ବା ତାଙ୍କୁ ବୋଲିଂ କରିବାର ଅନୁମତି ନ ଦେବା ପର୍ଯ୍ୟନ୍ତ ସେ ନିଲମ୍ବିତ ହୋଇ ରହିବେ। ବିସିସିଆଇର ସହମତି କ୍ରମେ ଓ ଆଇସିସି ଅଧିନିୟମ ଧାରା ୧୧.୫ ଅନୁସାରେ, ୩୩ ବର୍ଷିଅ ଏହି ବୋଲର୍ ଭାରତୀୟ ବୋର୍ଡ ଅଧୀନରେ ଖେଳା ଯାଉଥିବା ଘରୋଇ ମ୍ୟାଚ୍ରେ ବୋଲିଂ କରିପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/783511-rayudu-bowling-afp.jpg)