ବିଶିଷ୍ଟ କ୍ରୀଡ଼ା ସାମ୍ବାଦିକ କିଶୋରଙ୍କ ପରଲୋକ

କୋଲକାତା: ବିଶିଷ୍ଟ କ୍ରୀଡ଼ା ସାମ୍ବାଦିକ ତଥା ଭାଷ୍ୟକାର କିଶୋର ଭିମାନିଙ୍କର ଗୁରୁବାର ପରଲୋକ ହୋଇଯାଇଛି। ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଗତ ମାସରେ ସେ କରୋନା ପଜିଟିଭ୍‌ ଚିହ୍ନଟ ହେବାରୁ ଚିକିତ୍ସାଧୀନ ଅବସ୍ଥାରେ ଇହଲୀଳା ସମ୍ବରଣ କରିଛନ୍ତି। ଚଳିତ ଶତାବ୍ଦୀ ପୂର୍ବରୁ କିଶୋର ଭିମାନି ଦେଶର ଜଣେ କ୍ରିକେଟ୍‌ ଭାଷ୍ୟକାର ଭାବେ ଖୁବ୍ ସୁନାମ କମାଇଥିଲେ। ୧୯୮୬ ମସିହାର ଭାରତ-ଅଷ୍ଟ୍ରେଲିଆ ଚେନ୍ନାଇ ଟେଷ୍ଟ୍ ଟାଇ ହେବା ବେଳେ ସେ ଅନ୍ୟତମ ଭାଷ୍ୟକାର ଥିଲେ। ୨୦୧୩ ମସିହାରେ ତାଙ୍କୁ ଆଜୀବନ ସେବା ପୁରସ୍କାର ପ୍ରଦାନ କରାଯାଇଥିଲା। ତାଙ୍କ ରଚିତ ପୁସ୍ତକ ‘ଦ ଆକ୍ସିଡେଣ୍ଟାଲ୍ ଗଡ୍‌ମ୍ୟାନ୍‌’ ବେଶ ଆଦୃତ ହୋଇଥିଲା। ୧୯୭୮ରୁ ୧୯୮୦ ମସିହା ପର୍ଯ୍ୟନ୍ତ ସେ କୋଲ୍‌କାତା କ୍ରୀଡ଼ା ସାମ୍ବାଦିକ କ୍ଲବ୍‌ (ସିଏସଜେସି)ର ସଭାପତି ମଧ୍ୟ ଥିଲେ। ତାଙ୍କ ବିୟୋଗରେ ବିଶନ ସିଂହ ବେଦୀ, ରବି ଶାସ୍ତ୍ରୀଙ୍କ ସହ ବହୁ କ୍ରିକେଟ୍‌ କିଂବଦନ୍ତି ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର