କିଂମ୍ବଦନ୍ତିଙ୍କ ସହ ଉଦ୍‌ଘାଟନୀ ଉତ୍ସବ ଦେ‌ଖିଲେ କ୍ରୀଡ଼ା ମନ୍ତ୍ରୀ

ନୂଆଦିଲ୍ଲୀ : କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଦିଲ୍ଲୀସ୍ଥିତ ମେଜର ଧ୍ୟାନ ଚାନ୍ଦ ଜାତୀୟ ଷ୍ଟାଡିୟମରେ ଲାଗିଥିବା ବଡ଼ ପରଦାରେ ରାଷ୍ଟ୍ରମନ୍ତ୍ରୀ ନିଶିଥ ପରିମାଣିକ, ଅଲିମ୍ପିଆନ୍‌ ଅଖିଳ କୁମାର ଏବଂ ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ଖେଳିବା ଅଶା ରଖିଥିବା କିଛି ଯୁବ ବନ୍ଧୁଚାଳକ ଓ ସନ୍ତରଣକାରୀଙ୍କ ସହ ଟୋକିଓ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ‌ର ମଜା ନେଇଥିଲେ। ଏଥିସହ ଏହି ସମୟରେ ଶ୍ରୀ ଠାକୁର ଜାତୀୟ ବ୍ୟାଡ୍‌ମିଣ୍ଟନ ପ୍ରଶିକ୍ଷକ ‌ପୁଲେଲା ଗୋପୀଚାନ୍ଦ ଏବଂ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ବିଜୟିନୀ ଧାବିକା ହିମା ଦାସଙ୍କ ସହ ଅନ୍‌ଲାଇନରେ ଆଲୋଚନା କରିଥିଲେ। ଅନ୍‌ଲାଇନ୍‌ରେ ଭାରତୀୟ ଦଳକୁ ଚିଅର କରିବା ପାଇଁ ତାଙ୍କ ସହ କ୍ରୀଡ଼ାବିତ୍‌, କ୍ରୀଡ଼ା ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ, ବିଭିନ୍ନ ରାଜ୍ୟର କ୍ରୀଡ଼ା ମନ୍ତ୍ରୀ ଉପସ୍ଥିତ ଥିଲେ। ଏଥିରେ ଓଡ଼ିଶା କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ମଧ୍ୟପ୍ରଦେଶର ଯଶୋଧରା ରାଜେ ସିନ୍ଧିଆ, ହକି ଅଲିମ୍ପିଆନ୍‌ ସନ୍ଦୀପ ସିଂହ ରହିଥିଲେ।

ସମ୍ବନ୍ଧିତ ଖବର