ଭୁବନେଶ୍ବର: ଦୀର୍ଘ ୨୦ ବର୍ଷରୁ ଊର୍ଧ୍ବ ସମୟଧରି ନିସ୍ବାର୍ଥପର ଭାବେ ପୁଲିସ, ସେନା ଓ ଅଗ୍ନିସମ ଆଦି ବିଭାଗରେ ଚାକିରି ପାଇଁ ରାଜଧାନୀ ଭୁବନେଶ୍ବରରେ ତାଲିମ ଦେଇ ଆସୁଥିବା ଗୋପୀନାଥ ସେଠୀଙ୍କୁ ସୋମବାର ସୂଚନା ଓ ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଭେଟିଛନ୍ତି। ପୁଲିସ ଓ ସେନାବାହିନୀରେ ନିଯୁକ୍ତି ପାଇଁ ଓଡ଼ିଶା ଯୁବକମାନଙ୍କୁ ଦକ୍ଷ କରାଇବା ଲକ୍ଷ୍ୟରେ ଦୀର୍ଘଦିନ ଧରି ପ୍ରାୟସ ଜାରି ରଖିଥିବା ଗୋପୀନାଥଙ୍କ ବିଷୟରେ ଜାଣିବା ପରେ ମନ୍ତ୍ରୀ ଶ୍ରୀ ବେହେରା ତାଙ୍କୁ ଭେଟି ପ୍ରଶଂସା କରିବା ସହ ବଭିନ୍ନ ବିଷୟରେ ଆଲୋଚନା କରିଥିଲେ। ତାଲିମ ପାଇଁ ପଡ଼ିଆର ଅଭାବ ଥିବା ନେଇ ଗୋପୀନାଥ କହିବା ପରେ ଏହାର ସମାଧାନ କରିବାକୁ ଶ୍ରୀ ବେହେରା ପ୍ରତିଶ୍ରୁତି ଦେଇଥିଲେ। ମନ୍ତ୍ରୀଙ୍କ ସହ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ମଧ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ୨୦୦୨ ମସିହାରୁ ଚାକିରି ଆଶାୟୀ ଯୁବକମାନଙ୍କୁ ୫ ହଜାର ମିଟର, ୧୬୦୦ ମିଟର ଦୌଡ଼, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଦଉଡ଼ି ଚଢ଼ା, ବାଲିବସ୍ତା ବୋହିବା, ସାଇକେଲ୍ ଚାଳନା ଆଦି ବିଭିନ୍ନ ବ୍ୟାୟାମ ଓ ଶାରୀରିକ ଶକ୍ତି ଓ ସାମର୍ଥ୍ୟ ବୃଦ୍ଧି ନେଇ ସେ ବିନା ମୂଲ୍ୟରେ ତାଲିମ ପ୍ରଦାଦ କରିଥାନ୍ତି। ତାଙ୍କ ନିକଟରୁ ତାଲିମ ପାଇ ୩୫୦୦ରୁ ଊର୍ଧ୍ବ ଚାକିରି ପାଇ ସାରିଲେଣି। ଏହି ମହାନ କାର୍ଯ୍ୟ ପାଇଁ ଗୋପୀନାଥ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି।
ଗୋପୀନାଥଙ୍କୁ ଭେଟିଲେ କ୍ରୀଡ଼ାମନ୍ତ୍ରୀ
/sambad/media/post_attachments/wp-content/uploads/2019/08/afafadsvdavadvadvavav.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)