ଗୋଆ ଗସ୍ତରେ କ୍ରୀଡ଼ାମନ୍ତ୍ରୀ

କ୍ରୀଡ଼ା ଭିତ୍ତିଭୂମିର ବିକାଶ ନେଇ କରିବେ ଆଲୋଚନା

ଭୁବନେଶ୍ୱର : ଓଡ଼ିଶା ବର୍ତ୍ତମାନ କ୍ରୀଡ଼ା କ୍ଷେତ୍ରରେ ବହୁ ଆଗରେ। ଓଡ଼ିଶା ସମଗ୍ର ଦେଶରେ ଏକ କ୍ରୀଡ଼ା ହବ୍‌ର ମାନ୍ୟତା ପାଇଛି। କରୋନା କାଳରେ ଇଭେଣ୍ଟ୍‌ଗୁଡ଼ିକ ବିନା ଦର୍ଶକରେ ଅନୁଷ୍ଠିତ ହେଉଥିଲା। କିନ୍ତୁ ଏବେ ଏହି କଟକଣା ଉଠିବା ଯୋଗୁଁ ଚଳିତ ଅକ୍ଟୋବର ୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଫିଫା ୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ୍‌ ବିଶ୍ୱକପ୍‌ରେ ଦର୍ଶକଙ୍କ ମଧ୍ୟରେ ଖୁବ୍‌ ଉତ୍ସାହ ଦେଖାମିଳିଥିଲା। ଗୋଆଠାରେ ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେଉଥିବା ୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ ବିଶ୍ୱକପ୍‌ର କ୍ୱାର୍ଟରଫାଇନାଲ ମ୍ୟାଚ୍‌ ପାଇଁ ଗୋଆ କ୍ରୀଡ଼ା ବିଭାଗର ନିମନ୍ତ୍ରଣ କ୍ରମେ ରାଜ୍ୟ ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ତଥା ଗୃହ (ରାଷ୍ଟ୍ର) ମନ୍ତ୍ରୀ ତୁଷାରକାନ୍ତି ବେହେରା ଗୋଆ ଗସ୍ତରେ ଯାଇଛନ୍ତି। ଏଠାରେ ସେ ଫୁଟ୍‌ବଲ୍‌ ଖେଳାଳିମାନଙ୍କୁ ଭେଟିବା ସହ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଲକ୍ଷ୍ୟ ନେଇ ସେଠାକାର କ୍ରୀଡ଼ା ମନ୍ତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର