ଭୁବନେଶ୍ୱର: ସୂଚନା ଓ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଶନିବାର ପୂର୍ବାହ୍ନରେ କଳିଙ୍ଗ ଷ୍ଟାଡିୟମ୍କୁ ଅଚାନକ ଗସ୍ତ କରିବା ସହ ବିଭିନ୍ନ ଭିତ୍ତିଭୂମି ଏବଂ ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତିା ମନ୍ତ୍ରୀ ଶ୍ରୀ ବେହେରା ଆସନ୍ତା ନଭେମ୍ବର ୨୦୨୦ରେ ହେବାକୁ ଥବା ଫିଫା ୧୭ ବର୍ଷରୁ କମ ମହିଳା
ବିଶ୍ୱକପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଲାଗି ପଡ଼ିଆ ପ୍ରସ୍ତୁତି, ଷ୍ଟାଡିୟମ୍ର ଆଧୁନିକୀକରଣ ଏବଂ ପୁନନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି।
ନୂତନ କରି ପ୍ରତିଷ୍ଠା ହେବାକୁ ଥବା ଡାଲମିଆ ଭାରତ ଗୋପୀଚାନ୍ଦ ଓଡ଼ିଶା ବ୍ୟାଡମିଣ୍ଟନ୍ ଏକାଡେମୀ ପାଇଁ ଥିବା ୩ ଏକର ପରିମିତ ଜାଗା ବୁଲି ଦେଖବା ସହ ଗଗନ ନାରଙ୍ଗ ସୁଟିଙ୍ଗ୍ ହାଇ-ପରଫରମାନ୍ସ ସେଣ୍ଟରର ଅଭ୍ୟନ୍ତର କାର୍ଯ୍ୟ, ଗେଟ୍ ନଂ-୧ ନିକଟସ୍ଥ ହାଇ-ପରଫରମାନ୍ସ ହଷ୍ଟେଲ୍, ବହୁମୁଖୀ ଇନ୍ଡୋର ହଲ୍ ନିର୍ମାଣ ଆଦି ବିଷୟରେ ଅଧକାରୀଙ୍କଠାରୁ ପଚାରି ବୁଝିଛନ୍ତିା
ମନ୍ତ୍ରୀ ଶ୍ରୀ ବେହେରା ନାଭାଲ୍ ଟାଟା ହକି ଏକାଡେମୀ ନିମନ୍ତେ ହେବାକୁ ଥବା ୧୧ ମହଲା ବିଶିଷ୍ଟ କୋଠାର ନିର୍ମାଣର ସଦ୍ୟତମ ବିଷୟରେ ଅବଗତ ହୋଇଛନ୍ତି। ମନ୍ତ୍ରୀଙ୍କ ଏହି ପରିଦର୍ଶନ ସମୟରେ କ୍ରୀଡ଼ା ବିଭାଗ ଉପ ଶାସନ ସଚିବ ରଞ୍ଜିତ ପରିଡ଼ା ଏବଂ କଳିଙ୍ଗ ଷ୍ଟାଡିୟମ୍ର ଅଫିସର ଇନ୍ଚାର୍ଜ ବାରିଜ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥଲୋ