ଭୁବନେଶ୍ବର : ଚଳିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇଡବ୍ଲୁଏଲ୍)ରେ ଶନିବାର ଓଡ଼ିଶା ସ୍ପୋର୍ଟ୍ସ ହାରିଯାଇଛି। ଗ୍ରୁପ୍-ଏ’ରେ ଏଚ୍ଓପିଏସ୍ ଏଫ୍ସିକୁ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ସ୍ପୋର୍ଟ୍ସ ଓଡ଼ିଶା ନିଜର ଦ୍ବିତୀୟ ମ୍ୟାଚ୍ରେ ଗୋକୁଳମ କେରଳ ଏଫ୍ସିଠୁ ୧-୮ ଗୋଲ୍ରେ ପରାସ୍ତ ହୋଇଛି। ସାବିତ୍ରୀ ଭଣ୍ଡାରି (୮ ମିନିଟ୍)ଙ୍କ ଗୋଲ୍ରେ ଗୋକୁଳମ କେରଳ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଦ୍ବାଦଶ ମିନିଟ୍ରେ ଓଡ଼ିଶାର ସୁମିତ୍ରା ହେମ୍ବ୍ରମ ଗୋଲ୍ ଦେଇ ସ୍ଥିତି ସମାନ କରିଥିଲେ। ହେଲେ ଏହା ପରେ ଗୋକୁଳମ ୭ ଗୋଲ୍ ଲଦିଦେବା ସହ ଓଡ଼ିଶାକୁ ଆଉ ସୁଯୋଗ ଦେଇନଥିଲା। ଗୋକୁଳମ ପକ୍ଷରୁ ସାବିତ୍ରୀ ଭଣ୍ଡାରି (୮, ୬୨, ୬୩, ୭୯ ମିନିଟ୍) ୪, ଭିଭିଆନ୍ କୋନାଡୁ ଆଜେଇ (୨୮, ୮୬ ମିନିଟ୍) ୨ ଏବଂ ଡାଙ୍ଗି ଗ୍ରେସ (୪୩ ମିନିଟ୍), ହେମାମ ସିଲ୍କି ଦେବୀ (୭୦ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ। ୪ ଗୋଲ୍ ଦେଇଥିବା ସାବିତ୍ରୀ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଗୋକୁଳମ କେରଳଠୁ ହାରିଲା ସ୍ପୋର୍ଟ୍ସ ଓଡ଼ିଶା
/sambad/media/post_attachments/wp-content/uploads/2023/04/iwl.jpg)