ସପୋର୍ଟ ସ୍କୁଲ୍ ସ୍ପୋର୍ଟସ ଫାଉଣ୍ଡେସନ୍‌ ଉଦ୍‌ଘାଟିତ

ଭୁବନେଶ୍ବର: ଖେଳକୁଦ ଏବଂ ଫିଟନେସ୍‌ ଭିତ୍ତିକ ପାଇଲଟ୍ ପ୍ରୋଜେକ୍ଟ ‘ସପୋର୍ଟ ସ୍କୁଲ୍ ସ୍ପୋର୍ଟସ ଫାଉଣ୍ଡେସନ୍‌’ (ଏସ୍‌ଏସ୍‌ଏସ୍‌ଏଫ୍‌) ଗୁରୁବାର କ୍ରୀଡ଼ା ଦିବସରେ ଆତ୍ମପ୍ରକାଶ କରିଛି। ରାଜଧାନୀ ଉପକଣ୍ଠ ଘାଟିକିଆସ୍ଥିତ ଏପିଜେ ସ୍କୁଲ୍‌ ପରିସରରେ ଏହାକୁ ପଦ୍ମଶ୍ରୀ ଦିଲ୍ଲୀପ ତିର୍କି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଏଭେରେଷ୍ଟ୍ ବିଜେତା ଗଣେଶ ଚନ୍ଦ୍ର ଜେନା, ବିଦ୍ୟାଳୟ ଅଧ୍ୟକ୍ଷା ଡକ୍ଟର ସସ୍ମିତା ତ୍ରିପାଠୀ ଅନ୍ୟତମ ଅତିଥିଭାବେ ଯୋଗ ଦେଇଥିଲେ। ଖେଳିବାକୁ ପେସା କରିବା ପାଇଁ ନୁହେଁ, ଫିଟ୍ ରହିବା ପାଇଁ ବି ଖେଳକୁ ଆପଣାନ୍ତୁ ବୋଲି ବାର୍ତା ଦେଇଥିଲେ ପଦ୍ମଶ୍ରୀ ଦିଲୀପ ତିର୍କି। ଏହି ଅବସରରେ ଏସ୍‌ଏସ୍‌ଏସ୍‌ଏଫ୍‌ର ନିର୍ଦେଶକ ଅଶୋକ ମହାନ୍ତି, ଅନ୍ୟତମ ନିର୍ଦେଶକ ତଥା ଅନ୍ତର୍ଜାତୀୟ ଫିଜିଓ ଡକ୍ଟର ମୁକ୍ତି ପ୍ରସାଦ ଦାଶ, ନିର୍ଦେଶକ ଚେତନ ଭୂୟାଁ, ଅଭିନେତ୍ରୀ ତଥା ସଦସ୍ୟା ଗୁନଗୁନ୍‌, ଡକ୍ଟର ସୌର୍ଯ୍ୟରଂଜନ ପରିଜା, ଅରବିନ୍ଦ ମିତ୍ର, ମେହନ୍ତ ଜେନା, ‌ଡକ୍ଟର ଜ୍ୟୋତି ପ୍ରକାଶ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର