ଭୁବନେଶ୍ବର: ଆସନ୍ତା ମାସ ୬ରୁ ୧୫ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ ହକି କମ୍ପ୍ଲେକ୍ସଠାରେ ଆୟୋଜିତ ହେବ ଏଫ୍ଆଇଏଚ୍ ପୁରୁଷ ସିରିଜ ଫାଇନାଲ୍ସ। ଏହାର ଗୋଟିଏ ମାସ ପୂର୍ବରୁ ଓଡ଼ିଶାରେ ହୋଇଥିବା ସାମୁଦ୍ରିକ ଝଡ଼ ‘ଫନି’ର ପ୍ରକୋପରୁ କଳିଙ୍ଗ ଷ୍ଟାଡିୟମ ବାଦ୍ ପଡ଼ି ନଥିଲା। ସବୁଜ ଘେରରେ ଥିବା କଳିଙ୍ଗ ଷ୍ଟାଡିୟମ ଛାରଖାର ହେବା ସହ ହକି କମ୍ପ୍ଲେକ୍ସର ଟର୍ଫ, ଗ୍ୟାଲେରି ଏବଂ କାଚ କ୍ଷତିଗ୍ରସ୍ତ ହୋଇଥିଲା। ଯାହା ଫଳରେ ଏହି ବିଶ୍ବସ୍ତରୀୟ ପ୍ରତିଯୋଗିତାର ଆୟୋଜନ ନେଇ ପ୍ରଶ୍ନ ଉଠିବା ସହ ଏହାକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ଲାଗି ଯୋଜନା ହୋଇଥିଲା। ହେଲେ ହକି ଇଣ୍ଡିଆ ଓ ଅନ୍ତର୍ଜାତୀୟ ହକି ମହାସଂଘକୁ ଓଡ଼ିଶା ସରକାର ସମୟ ପୂର୍ବରୁ କାମ ସାରି ଦେବାର ପ୍ରତିଶୃତି ଦେଇଥିଲେ। ହକି କମ୍ପ୍ଲେକ୍ସର ପୁନଃନିର୍ମାଣ କାର୍ଯ୍ୟ ଜୋରସୋରରେ ଆରମ୍ଭ ହେଲା। ସଂପ୍ରତି ପ୍ରାୟ ଅଧାରୁ ଅଧିକ କାମ ସରିଗଲାଣି। ବୁଧବାର ଏହି କାମର ଅଗ୍ରଗତିକୁ ପରଖିବା ଲାଗି କ୍ରୀଡ଼ା ସଚିବ ବିଶାଲ ଦେବଙ୍କ ସମେତ କ୍ରୀଡ଼ା, ଇଡ୍କୋ, ପୂର୍ତ୍ତ ବିଭାଗର ଅଧିକାରୀମାନେ ହକି କଂପ୍ଲେକ୍ସ ବୁଲି ସ୍ଥିତି ପରିଖିଥିଲେ। ମ୍ୟାଚ୍ ପୂର୍ବରୁ ସମସ୍ତ ମରାମତି କାର୍ଯ୍ୟ ଶେଷ ହୋଇଯିବ ବୋଲି କହିଛନ୍ତି କ୍ରୀଡ଼ା ସଚିବ ବିଶାଲ ଦେବ। ସୂଚନାଯୋଗ୍ୟ ଯେ ସଂପ୍ରତି ଭାରତୀୟ ଦଳର ଶିବିର ଏଠାରେ ଆରମ୍ଭ ଚାଲିଛି।
କଳିଙ୍ଗ ପୁନଃନିର୍ମାଣ ପରଖିଲେ କ୍ରୀଡ଼ା ସଚିବ
/sambad/media/post_attachments/wp-content/uploads/2019/05/8-Kalinga-Stadium.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)