‘ବାପ୍‌ ବାପ୍‌ ହୋତା ହେ’: ଧୋନିଙ୍କ ଜବରଦସ୍ତ ଖେଳ ପରେ ପ୍ରଶଂସାରେ ପୋତି ପକାଇଲେ ପ୍ରଶଂସକ

ନୂଆଦିଲ୍ଲୀ: ‘ଟିମ୍‌ ଇଣ୍ଡିଆ’ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଦୀର୍ଘ ଦିନ ବ୍ୟବଧାନରେ ଏକ ଜବରଦସ୍ତ ମ୍ୟାଚ୍‌ ଖେଳିବା ପରେ ଖୁସିରେ ମସ୍‌ଗୁଲ୍‌ ପ୍ରଶଂସକ। ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର୍‌ରେ ଛାଇଲା ଧୋନିଙ୍କ ପ୍ରଶଂସାର ସୁଅ। ଅଷ୍ଟ୍ରେଲିଆ ବିରୋଧରେ ୩ଟି ମ୍ୟାଚ୍‌ର ଓ୍ଵାନ୍‌ ଡେ ସିରିଜ୍‌ରେ ମ୍ୟାନ୍‌ ଅଫ୍‌ ଦ ସିରିଜ୍‌ ବନିଛନ୍ତି ଧୋନି। ଧୋନି ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିବା ଓ୍ଵାନ୍‌ ଡେ ସିରିଜ୍‌ରେ ପୂରା ୧୯୩ ରନ୍‌ କରିବାରେ ସମର୍ଥ ହୋଇଛନ୍ତି। ଧୋନିଙ୍କର ଏହି ଜବରଦସ୍ତ ଖେଳ ଦେଖିବା ପରେ ପ୍ରଶଂସକମାନେ କହିଛନ୍ତି କି ‘ବାପ୍‌ ବାପ୍‌ ହୋତା ହେ’। ଧୋନିଙ୍କର କିଛି ଟୁଇଟର୍‌ ବ୍ୟବହାରକାରୀଙ୍କ ଟୁଇଟ୍‌ ନିମ୍ନରେ ପ୍ରଦାନ କରାଯାଇଛି।

 

ସମ୍ବନ୍ଧିତ ଖବର