କ୍ରୀଡ଼ା କଥନ, ‌ଗାଙ୍ଗୁଲି ବନାମ ଲକ୍ଷ୍ମଣ; କିଏ ଶ୍ରେଷ୍ଠ ?

ଋଷବ ପନ୍ତ୍‌ଙ୍କଠାରୁ ଶ୍ରେଷ୍ଠତ୍ବ ବାହାର କରିବା ମୋ ଦାୟିତ୍ବ: ରବି ଶାସ୍ତ୍ରୀ, ଭାରତୀୟ ଦଳ ମୁଖ୍ୟ ପ୍ରଶିକ୍ଷକ

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ କଥା ଉଠିଲେ ଭିଭିଏସ୍ ଲକ୍ଷ୍ମଣ ଏବଂ ସୌରଭ ଗାଙ୍ଗୁଲି ନିଶ୍ଚିତ ଦୁଇ ମହାନ ଓ କିମ୍ବଦନ୍ତୀ ବ୍ୟକ୍ତିତ୍ବ। ନବେ ଦଶକ ଶେଷାର୍ଧ ଏବଂ ଏକବିଂଶ ଶତାବ୍ଦୀ ପ୍ରାରମ୍ଭରେ ଭାରତୀୟ କ୍ରିକେଟ୍‌କୁ ନୂଆ ସ୍ତରକୁ‌‌ ନେଇଥିଲେ। ଅନ୍ତର୍ଜାତୀୟ କ୍ରିକେଟ୍ ଜୀବନରେ ଉଭୟ ମିଳିତ ଭାବେ ୨୯,୬୦୬ ରନ୍‌ ସଂଗ୍ରହ କରିବା ସହିତ ୬୧ ଶତକ ବି ମାରିଛନ୍ତି। ଉଭୟଙ୍କ ମଧ୍ୟରୁ ଜଣଙ୍କୁ ବାଛିବାକୁ ଆଇସିସି ଶନିବାର ଏହାର ପ୍ରଶଂସକମାନଙ୍କୁ ନିବେଦନ କରିଛି। ଭାରତୀୟ ଦଳକୁ ୬ ବର୍ଷ ଧରି ନେତୃତ୍ବ ନେଇଥିବା ଗାଙ୍ଗୁଲି ୨୦୦୩ରେ ବିଶ୍ବକପ୍‌ ଉପ ବିଜେତା କରାଇଥିଲେ। ନିଜର ଦେଢ଼ ଦଶନ୍ଧୀର କ୍ରିକେଟ୍ ଜୀବନରେ ଗାଙ୍ଗୁଲି ୧୧୩ ଟେଷ୍ଟ୍‌ରୁ ୧୬ ଶତକ ସହିତ ୭୨୧୨ ରନ୍‌, ୩୧୧ ଦିନିକିଆରୁ ୨୨ ଶତକ ସହିତ ୧୧,୩୬୩ ରନ୍‌ ସଂଗ୍ରହ କରିଥିଲେ। ଅନ୍ୟପକ୍ଷରେ କୋଲକାତାରେ ଇଡେନ୍ ଗାର୍ଡେନ୍ସରେ ଅଷ୍ଟ୍ରେଲିଆ ବିପକ୍ଷ ଫଲୋଅନ୍ ପାଳିରେ ୨୮୧ ରନ୍‌ ପାଳି‌ ଖେଳି ଭାରତକୁ ଅପ୍ରତ୍ୟାଶିତ ବିଜୟ‌ ଦେବାର ଅନ୍ୟତମ ନାୟକ ଥିଲେ ଲକ୍ଷ୍ମଣ। ଭାରତ ପାଇଁ ୧୩୪ ଟେଷ୍ଟ୍‌ରୁ ୧୭ ଶତକ ସହିତ ୮୭୮୧ ରନ୍‌ ଏବଂ ୮୬ ଦିନିକିଆରୁ ୬ ଶତକ ସହାୟତାରେ ୨୩୩୮ ରନ୍ କରିଥିବା ଲକ୍ଷ୍ମଣ ବି ନିଜକୁ ଭେରି ଭେରି ସ୍ପେଶାଲ (ଭିଭିଏସ) ଭାବେ ପ୍ରତିଷ୍ଠିତ କରିଥିଲେ।

ସମ୍ବନ୍ଧିତ ଖବର