ନୂଆଦିଲ୍ଲୀ : ଜମାଇକା ଧାବକ ଉସେନ୍ ବୋଲ୍ଟ ଅବସର ନେବା ପରେ ନିଜର ଫୁଟ୍ବଲ ଖେଳିବାର ଇଚ୍ଛାକୁ ମଧ୍ୟ ପୂରଣ କରିଥିଲେ। ଆଠଟି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବୋଲ୍ଟ ବୋରୁସିଆ ଡର୍ଟମୁଣ୍ଡ ସହ ପ୍ରଶିକ୍ଷଣ ନେଇଥିଲେ ଏବଂ ପରେ ଅଷ୍ଟ୍ରେଲିଆର ସେଣ୍ଟ୍ରାଲ୍ କୋଷ୍ଟ ମେରାଇନର୍ସ ପାଇଁ ଖେଳିଥିଲେ। ଏବେ ଅନ୍ୟତମ ଜମାଇକା ଧାବକ ୟୋହାନ୍ ବ୍ଲାକ୍ ଅବସର ନେବା ପରେ କ୍ରିକେଟ୍ ଖେଳିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ନିକଟରେ ସଡ଼କ ସୁରକ୍ଷା ଉପରେ ସଚେତନ କରାଇବା ପାଇଁ ଭାରତ ଆସିଥିବା ବେଳେ ସେ ଏ ବିଷୟରେ ଆଭାସ ଦେଇନ୍ତି। ତେବେ ସେ ନିଜ ଦେଶ ଵେଷ୍ଟଇଣ୍ଡିଜ୍ ପାଇଁ ନୁହେଁ ବରଂ ଆଇପିଏଲ୍ରେ ଖେଳିବା ପାଇଁ ଇଚ୍ଛୁକ ବୋଲି କହିଥିଲେ। ସେ କହିଛନ୍ତି, ‘‘ମୋର ଟ୍ରାକ୍ ଓ ଫିଲ୍ଡରେ ଆଉ ଦୁଇବର୍ଷ ବାକି ଅଛି ଏବଂ ତାପରେ ଏହା ମୋ ପାଇଁ କ୍ରିକେଟ୍। ମୁଁ ଏକ ଆଇପିଏଲ୍ ଦଳ କିଣିବାକୁ ପସନ୍ଦ କରିବି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା କୋଲକାତା ନାଇଟ୍ ରାଇଡର୍ସ କିମ୍ବା ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ପାଇଁ ହିଁ ଖେଳିବି’’। ତେବେ ବିରାଟ କୋହଲି, ଏବି ଡିଭିଲିୟର୍ସ ଓ କ୍ରିସ୍ ଗେଲଙ୍କୁ ସେ କ୍ରିକେଟ୍ ହିରୋ ବୋଲି ମାନନ୍ତି।
ଅବସର ପରେ ଆଇପିଏଲ୍ ଖେଳିବାକୁ ଚାହାନ୍ତି ଜମାଇକା ଧାବକ ୟୋହାନ୍ ବ୍ଲାକ୍
/sambad/media/post_attachments/wp-content/uploads/2019/12/yohan-blake.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)