ନୂଆଦିଲ୍ଲୀ: ୟୁଏଇରେ ଡିସେମ୍ବର ୮ରୁ ଆରମ୍ଭ ହେବାକୁଥିବା ଏସିସି ପୁରୁଷ ୧୯ ବର୍ଷରୁ କମ୍ (ଯୁବ) ଏସିଆ କପ୍ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଉଦୀୟମାନ ବ୍ୟାଟର୍ ଉଦୟ ସାହାରନଙ୍କୁ ନେତୃତ୍ବ ଭାର ମିଳିଥିଲା ବେଳେ ସୌମ୍ୟ କୁମାର ପାଣ୍ଡେ ଉପଅଧିନାୟକ ରହିଛନ୍ତି। ବିଜେତା ଭାରତ ୮ ଥର ଏସିଆ କପ୍ ଜିତି ସବୁଠୁ ସଫଳ ଦଳ ରହିଛି। ପାକିସ୍ତାନ, ଆଫଗାନିସ୍ତାନ ଓ ନେପାଳ ସହ ଗୋଟିଏ ଗ୍ରୁପ୍ରେ ରହିଛି ଭାରତ। ଡିସେମ୍ବର ୮ରେ ଆଫଗାନିସ୍ତାନ ବିପକ୍ଷରୁ ଭାରତ ଅଭିଯାନ ଆରମ୍ଭ କରିବ। ୧୦ରେ ଚିରପ୍ରତିନ୍ଦନ୍ଦ୍ବୀ ପାକିସ୍ତାନକୁ ଭେଟିବା ପରେ ୧୨ରେ ନେପାଳ ବିପକ୍ଷରେ ଖେଳି ଗ୍ରୁପ୍ ପର୍ଯ୍ୟାୟ ଶେଷ କରିବ। ଫାଇନାଲ୍ ମ୍ୟାଚ୍ ୧୭ ତାରିଖରେ ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମରେ ଖେଳାଯିବ।
ଭାରତୀୟ ଦଳ: ଉଦୟ ସାହାରନ (ଅଧିନାୟକ), ସୌମ୍ୟ କୁମାର ପାଣ୍ଡେ (ଉପଅଧିନାୟକ), ଅର୍ଶିନ କୁଲକର୍ଣ୍ଣି, ଆଦର୍ଶ ସିଂହ, ରୁଦ୍ର ମୟୂର ପଟେଲ, ସଚିନ ଧାସ, ପ୍ରିୟଂଶୁ ମୋଲିୟା, ମୁଶୀର ଖାନ, ଧନୁଷ ଗ୍ବଡ଼ା, ଅବିନାଶ ରାଓ, ଏମ୍ ଅଭିଷେକ, ଈନେଶ ମହାଜନ, ଆରଧ୍ୟ ଶୁକ୍ଳା, ରାଜ ଲିମ୍ବାନି, ନମନ ତିୱାରୀ। ପ୍ରେମ ଦେବକର, ଅଂଶ ଗୋସାଇ, ମହାମ୍ମଦ ଅମନ (ରିଜର୍ଭ ଖେଳାଳି)।