ଏସ୍‌ଆର୍‌ ଚେସ୍‌: ଜ୍ୟୋତ୍ସ୍ନାଭ ବିଜେତା

ଭୁବନେଶ୍ବର: ଏସ୍‌ଆର୍‌ ଚେସ୍ କେନ୍ଦ୍ର ପକ୍ଷରୁ ଚାଲିଥିବା ଅନ୍‌ଲାଇନ୍‌ ଚେସ୍‌ ପ୍ରତିଯୋଗିତାର ୩୨ତମ ସଂସ୍କରଣରେ ଭ‌ୁବ‌ନେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟ-୩ର ଜ୍ୟୋତ୍ସ୍ନାଭ ତାଲୁକଦାର ୭ରୁ ୭ ପଏଣ୍ଟ ପାଇ ବିଜେତା ହୋଇଛନ୍ତି। ଦୋହାର କାତାରରେ ରହୁଥିବା ଭବାନ୍ସ ପବ୍ଲିକ ସ୍କୁଲର ସପ୍ତମ ଷ୍ଟାଣ୍ଡାର୍ଡ ଛାତ୍ର ଜୟଦିତ୍ୟ ଗନ୍ତାୟତ ୬ ପଏଣ୍ଟ ସହ ଉପବିଜେତା ହୋଇଛନ୍ତି। ଡିପିଏସ୍‌ କଳିଙ୍ଗର ପ୍ରତୀକ‌ ଚୌରାସିଆ (୫ ପଏଣ୍ଟ) ଏବଂ ସିଦ୍ଧାର୍ଥ ମିଶ୍ର (୪.୫) ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିଲେ। ୧୧ ବର୍ଷରୁ କମ୍‌ ବର୍ଗରେ ଶିବାଂଶ ମିଶ୍ର, ଆଦିତ୍ୟ ନାରାୟଣ ମହାନ୍ତି, ଆଶୁତୋଷ ରାଉତରାୟ, ୧୦ ବର୍ଷରୁ କମ୍‌ ବର୍ଗରେ ଆଦିତ୍ୟ ବିକ୍ରମ ମିଶ୍ର, ଦେବର୍ପିତ ମିଶ୍ର, ବିନାୟକ କୁମାର ସାମଲ, ୮ ବର୍ଷରୁ କମ୍‌ ବର୍ଗରେ ଶୁଭସ୍ମିତା ପ୍ରିୟଦର୍ଶିନୀ, ସାଇ ଶ୍ରୀହନ, ମୃଗାଙ୍କ ଶେଖର ଦାସ, ୬ ବର୍ଷରୁ କମ୍‌ ବର୍ଗରେ ଅଦିତି ମହାରାଣା, ଜିତେଶ ସାମଲ ପ୍ରମୁଖ ଶ୍ରେଷ୍ଠ ୨/୩ ସ୍ଥାନରେ ରହିଥିଲେ। ଏସ୍‌ଆର୍‌ ଚେସ୍‌ କେନ୍ଦ୍ରର ସମ୍ପାଦକ ସତ୍ୟରଂଜନ ପଟ୍ଟନାୟକ ଏବଂ ପ୍ରଶିକ୍ଷକ ସତ୍ୟଜିତ ପଟ୍ଟନାୟକ ଏହି ଦିନିକିଆ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର