ଏସ୍‌ଆର୍‌ ଅନ୍‌ଲାଇନ୍ ଚେସ୍‌, ବିକାଶ ବିଜେତା

ଭୁବନେଶ୍ବର: ସହିଦନଗରସ୍ଥିତ ଏସ୍‌ଆର୍ ଚେସ୍ କେନ୍ଦ୍ର ପକ୍ଷରୁ ଚାଲିଥିବା ଅନ୍‌ଲାଇନ୍ ଚେସ୍ ପ୍ରତିଯୋଗିତାର ସପ୍ତମ ସଂସ୍କରଣକୁ କେବଳ ୧୧ ବର୍ଷରୁ କମ୍ ବୟସର ପିଲାଙ୍କ ମଧ୍ୟରେ ସୀମିତ ରଖାଯାଇଥିଲା। ୬ ରାଉଣ୍ଡରୁ ୬ ପଏଣ୍ଟ୍ ପାଇ ଭିଏସଏସ୍ ନଗର ପ୍ରଭୂଜୀ ଇଂଲିସ୍ ମିଡିୟମ୍‌ ସ୍କୁଲ୍‌ର ସପ୍ତମ ଷ୍ଟାଣ୍ଡାର୍ଡ ଛାତ୍ର ବିକାଶ କୁମାର ଲେଙ୍କା ବିଜେତା‌ ହୋଇଛନ୍ତି। ଡିପିଏସ୍‌ କଳିଙ୍ଗାର ଆଦିତ୍ୟ ନାରାୟଣ ମହାନ୍ତି (୫), ରସୁଲଗଡ଼ ଭେଙ୍କଟେଶ୍ବର ଇଂଲିସ୍ ମିଡିୟମ୍‌ ସ୍କୁଲ୍‌ର ସାଇ ଅମ୍ରିତ ପରିଜା (୪.୫) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। ନୀତିଶା ସୁର (୪) ଶ୍ରେଷ୍ଠ ବାଳିକା ଖେଳାଳି ସମ୍ମାନ ପାଇଥିଲେ। ୯ ବର୍ଷରୁ କମ୍‌ ବର୍ଗରେ ଶିବାଶିଷ ସିଂହ, ନୀଲିଶା ନିବେଦିତା ଓ ଧୃବ (ପ୍ରତ୍ୟେକ ୩ ପଏଣ୍ଟ) ଶ୍ରେଷ୍ଠ ବିବେଚିତ ହୋଇଥିଲେ। ସେହିଭଳି ୭ ବର୍ଷରୁ କମ୍ ବର୍ଗରେ ଅର୍ନବ ବିଶ୍ବାଳ (୨.୫), ସାରାଂଶ ସାହୁ ଓ ଶୁଭସ୍ମିତା ପ୍ରିୟଦର୍ଶିନୀ (ପ୍ରତ୍ୟେକ ୨ ପଏଣ୍ଟ) ଶୀର୍ଷରେ ରହିଥିଲେ। ଏସ୍‌ଆର୍‌ ଚେସ୍ କେନ୍ଦ୍ର ସମ୍ପାଦକ ସତ୍ୟରଂଜନ ପଟ୍ଟନାୟକ, କିମ୍ସ ଡାକ୍ତର ମାନସ ରଂଜନ ମିଶ୍ର ଏବଂ ସହିଦ ନଗର ଚେସ୍‌ କେନ୍ଦ୍ର ମୁଖ୍ୟ ପ୍ରଶିକ୍ଷକ ସତ୍ୟଜିତ ପଟ୍ଟନାୟକ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର