ଏସ୍ଆର୍‌ ଅନଲାଇନ୍ ଚେସ୍, ମନୀଷ ମିଶ୍ରଙ୍କୁ ମୁକୁଟ

ଭୁବନେଶ୍ବର: ୩୬ତମ ଏସ୍‌ଆର୍‌ ଅନ୍‌ଲାଇନ୍ ଚେସ୍‌ ପ୍ରତିଯୋଗିତାର ସ୍ବତନ୍ତ୍ର ଶିଶୁ ଦିବସ ସଂସ୍କରଣରେ ବିଜେତା ମୁକୁଟ ପାଇଛନ୍ତି ମନୀଷ ମିଶ୍ର। ଚନ୍ଦ୍ରଶେଖରପୁର ଲୟଲା ସ୍କୁଲ୍‌ର ଏହି ଦ୍ବିତୀୟ ଷ୍ଟାଣ୍ଡାର୍ଡ ଛାତ୍ର ୭ ରାଉଣ୍ଡ୍‌ରୁ ୫.୫ ପଏଣ୍ଟ୍ ପାଇଥିଲେ। ଡିପିଏସ୍ କଳିଙ୍ଗର ଆଦିତ୍ୟ ବିକ୍ରମ ମିଶ୍ର (୫) ଉପବିଜେତା ଏବଂ ଲୟଲାର ଅରିନ୍ ଅନ୍ବେଷ ସ୍ବାଇଁ ୫) ତୃତୀୟ ସ୍ଥାନରେ ରହିଥିଲେ। ବିଭିନ୍ନ ବୟସ ବର୍ଗରେ ‌ସାଇ ସୌରଭ ଦାସ, ଆକୁଳ ବସ୍ତିଆ, ଆୟୂଷ ପଟ୍ଟନାୟକ, ଆଦିତ୍ୟ ନାରାୟଣ ମହାନ୍ତି, ଶିଭାଂଶ ମିଶ୍ର, ସିଦ୍ଧାର୍ଥ ମିଶ୍ର, ସୂର୍ଯାଂଶୁ ମହାକୁଡ, ଦେବପ୍ରୀତ ମିଶ୍ର, ବିନାୟକ ସାମଲ, ଆଦିତ୍ୟ ପଣ୍ଡା, ସାଇ ଶ୍ରୀହନ, ସୌମ୍ୟ ଶାଶ୍ବତ ରଥ, ଜ‌ିତେଶ ସାମଲ ପ୍ରମୁଖ ଶ୍ରେଷ୍ଠ ବିବେଚିତ ହୋଇଥିଲେ। ଏସ୍ଆର୍‌ ଚେସ୍‌ କେନ୍ଦ୍ରର ସଭାପତି ଶୁଭାଶିଷ ପଟ୍ଟନାୟକ, ସମ୍ପାଦକ ସତ୍ୟରଂଜନ ପଟ୍ଟନାୟକ, ପ୍ରଶିକ୍ଷକ ସତ୍ୟଜିତ ପଟ୍ଟନାୟକ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ। ଏହି ଅବସରରେ ଅନୁଷ୍ଠିତ ପ୍ରଥମ ଏସ୍‌ଆର୍ ଅନ୍‌ଲାଇନ୍ ଅବ୍‌ଜେକ୍ଟିଭ୍‌ ଟେ‌ଷ୍ଟ୍‌ରେ ଜୟଦିତ୍ୟ ଗନ୍ତାୟତ (୬୩.୫), ସୌମ୍ୟ ଶାଶ୍ବତ ରଥ (୬୩.୨୫), ଦୀପେଶ ମିଶ୍ର (୬୩), ନିଖିଳ ସାହୁ (୬୨.୫), ଜ୍ୟୋସ୍ନାଭ ତାଲୁକଦାର (୬୨) ଯଥାକ୍ରମେ ପ୍ରଥମରୁ ପଞ୍ଚମ ସ୍ଥାନରେ ରହିଥିଲେ।

ସମ୍ବନ୍ଧିତ ଖବର