ଏସ୍‌ଆର୍‌ ଅନ୍‌ଲାଇନ୍ ଚେସ୍‌, ଓମ୍ ଆଦିତ୍ୟ ବିଜେତା

ଭୁବନେଶ୍ବର: ରାଜ୍ୟର ପ୍ରତିଷ୍ଠିତ ଚେସ୍‌ ଅନୁଷ୍ଠାନ ଏସ୍‌ଆର୍‌ ଚେସ୍‌ କେନ୍ଦ୍ର ପକ୍ଷରୁ ୨୯ତମ ଅନ୍‌ଲାଇନ୍ ଚେସ୍‌ ପ୍ରତିଯୋଗିତା ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ୬ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ ଭୁବନେଶ୍ବର ମଦର୍ସ ପବ୍ଲିକ୍ ସ୍କୁଲର ଓମ୍ ଆଦିତ୍ୟ ଖାଡ଼ଙ୍ଗା ୫.୫ ପଏଣ୍ଟ ସହ ବିଜେତା ହୋଇଛନ୍ତି। କ୍ରମାଗତ ତୃତୀୟ ପ୍ରତିଯୋଗିତାରେ ବରିଷ୍ଠ ପ୍ରଶିକ୍ଷକ କଟକର ରବୀନ୍ଦ୍ର କୁମାର ଓଝା ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି। ଏଥର ସେ ୪.୫ ପଏଣ୍ଟ ସହ ଉପ ବିଜେତା ହୋଇଛନ୍ତି।

ସିଡିଏ ଡିଏଭିର ପି ସାଇରୂପା ୪.୫ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିଲେ। ପ୍ରତୀକ ଚୌରାସିଆ, ଅରିନ୍‌ ଅନ୍ବେଷ ସ୍ବାଇଁ, ଜ୍ୟୋସ୍ନାଭ ତାଲୁୌରଭ ମହାନ୍ତି, ସିଦ୍ଧାର୍ଥ ମିଶ୍ର, ସାଇ ସମ୍ପ୍ରଦା ମହାନ୍ତି, ଆଦିତ୍ୟ ବିକ୍ରମ ମିଶ୍ର, ଦେବପ୍ରୀତ୍ ମିଶ୍ର, ସୂର୍ଯ୍ୟାଂଶୁ ମହାକୁଡ, ଅଭିଷେକ ଦାଶ, ସାଇ ଶ୍ରୀହନ, ଆଦିତ୍ୟ ମହାରାଣା ପ୍ରମୁଖ ବିଭିନ୍ନ ବୟସ ବର୍ଗରେ ଶ୍ରେଷ୍ଠ ବିବେଚିଚ ହୋଇଥିଲେ। ଏସ୍ ଆର୍‌ ଚେସ୍‌ କେନ୍ଦ୍ର ସମ୍ପାଦକ ସତ୍ୟରଂଜନ ପଟ୍ଟନାୟକଙ୍କ ତତ୍ବାବଧାନରେ ଡକ୍ଟର ମାନସ ରଂଜନ ମିଶ୍ର ଏବଂ ପ୍ରଶିକ୍ଷକ ସତ୍ୟଜିତ ପଟ୍ଟନାୟକ ଏହ‌ି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର