ଏସ୍‌ଆର୍‌ ଅନ୍‌ଲାଇନ୍ ଚେସ୍‌: ରବୀନ୍ଦ୍ର ବିଜେତା

ଭୁବନେଶ୍ବର: ରାଜ୍ୟର ପ୍ରତିଷ୍ଠିତ ଚେସ୍‌ ଅନୁଷ୍ଠାନ ଏସ୍‌ଆର୍‌ ଚେସ୍‌ କେନ୍ଦ୍ର ପକ୍ଷରୁ ୨୮ତମ ଅନ୍‌ଲାଇନ୍ ଚେସ୍‌ ପ୍ରତିଯୋଗିତା ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଭିତର ଓ ବାହାରୁ ବହୁ ଖେଳାଳି ଏହି ୬ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ଭାଗ ନେଇଥିଲେ। ବରିଷ୍ଠ ପ୍ରଶିକ୍ଷକ କଟକର ରବୀନ୍ଦ୍ର କୁମାର ଓଝା ୫ ପଏଣ୍ଟ୍ ସହ ବିଜେତା ହୋଇଛନ୍ତି। ସିଡିଏ ଡିଏଭିର ଓମ୍ ଆଦିତ୍ୟ ରାଉତ ସମାନ ୫ ପଏଣ୍ଟ ପାଇ ଉପବିଜେତା ହୋଇଛନ୍ତି।

ଅରିନ୍ ଅନ୍ବେଷ ସ୍ବାଇଁ ଏବଂ ସୁରଜ କୁମାର ମହାରଣା (ଉଭୟ ୪.୫) ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିଲେ। ବିଭିନ୍ନ ବୟସ ବର୍ଗରେ ଗୌରବ ମହାନ୍ତି (୪ ପଏଣ୍ଟ), ଓମ୍ ଆଦିତ୍ୟ ଖାଡ଼ଙ୍ଗା (୪), ଶାନ୍ତନୁ କୁମାର ଦାଶ (୪.୫), ଶଭାଂଶ ମିଶ୍ର (୩.୫), ଆଦିତ୍ୟ ବିକ୍ରମ ମିଶ୍ର (୩.୫), ଅଭିଷେକ ଦାଶ (୧.୫), ଅଦିତି ମହାରଣା (୨) ଶ୍ରେଷ୍ଠ ବିବେଚିଚ ହୋଇଥିଲେ। ଏସ୍ ଆର୍‌ ଚେସ୍‌ କେନ୍ଦ୍ର ସମ୍ପାଦକ ସତ୍ୟରଂଜନ ପଟ୍ଟନାୟକ ଏବଂ ପ୍ରଶିକ୍ଷକ ସତ୍ୟଜିତ ପଟ୍ଟନାୟକଙ୍କ ତତ୍ବାବଧାନରେ ଏହି ପ୍ରତିଯୋଗିତା ପରିଚାଳିତ ହୋଇଥିଲା। ପୂର୍ବରୁ ଚଳିତ ମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ ୨୭ତମ ସଂସ୍କରଣରେ ଲୟଲା ସ୍କୁଲ୍‌ର ଅଷ୍ଟମ ଷ୍ଟାଣ୍ଡାର୍ଡ ଛାତ୍ର ଅରିନ୍‌ ଅନ୍ବେଷ ସ୍ବାଇଁ ବିଜେତା ଏବଂ ରବୀନ୍ଦ୍ର କୁମାର ଓଝା ଉପବିଜେତା ହୋଇଥିଲେ।

ସମ୍ବନ୍ଧିତ ଖବର